ଖଣିବିଭାଗ ପକ୍ଷରୁ ଚଢ଼ାଉ ଟ୍ରକ ସମେତ ପାଖାପାଖି ୮୨ଟନ ଆଇରନ ଜବତ
ଲୁହା ପଥର ଚୋରା ଚାଲାଣ ବେଳେ ମାଡିବସିଲା ଖଣି ବିଭାଗ।ବେଆଇନ ଭାବେ ଲୁହାପଥର ଚୋରା ଚାଲାଣ ଏବଂ ଖଣି ମାଫିଆ ମାନଙ୍କୁ ଧରିବା ପାଇଁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଧିକାରୀ ବିଶ୍ୱରଞ୍ଜନ ସେଠିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରି ରଖିଥିବା ବେଳେ ଗୁରୁବାର ଦିନ ଭଦ୍ରସାହି ଅଞ୍ଚଳରେ ଏକ ଚୋରା ଲୁହାପଥର ବୋଝେଇ ଟ୍ରକକୁ ଜବତ କରିଛି ଖଣି ବିଭାଗ।ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ଏକ ବେଆଇନ ଆଇରନ ବୋଝେଇ ଟ୍ରକ ନକଲି ଟିପିରେ ଚୋରି ଉଦ୍ୟମ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖଣି ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ତଳରେ ପହଁଚି OD 09Z 4510 ନମ୍ବର୍ ବିଶିଷ୍ଟ ହାଇୱା କୁ ଜବତ କରିବା ସହ ଉକ୍ତ ଟ୍ରକରୁ ପାଖାପାଖି ୩୨ଟନ୍ ଲୁହାପଥର ଜବତ କରିଥିବା ନେଇ ସୂଚନା।ତେବେ ଖଣି ଅଧିକାରୀଙ୍କୁ ଦେଖି ସେଠାରୁ ଡ୍ରାଇଭର ଏବଂ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ନେଇ ସୂଚନା। ତେବେ ଉକ୍ତ ହାଇୱା ରେ ଗାଡ଼ି ମାଲିକ ନାମ ଜିତେନ୍ ଦାସ୍ ଲେଖା ହୋଇଥିବା ଦେଖିବାକୁ ମିଳିଛି। କିଏ ଏ ଜିତେନ ଦାସ୍ ଓ କାହା ବଳରେ ବଳୀୟାନ ଏ ଜୀତେନ୍ ଦାସ୍ ତାହା ନିଶ୍ଚିନ୍ତ ତଦନ୍ତ ସପେକ୍ଷ। ବିଭାଗୀୟ ଅଧିକାରୀ ଘଟଣା ସ୍ତଳରେ ଅଧିକ ଯାଞ୍ଚ କରିବାରୁ ଅନ୍ୟ ଏକ ସ୍ଥାନରେ ପାଖାପାଖି ୫୦ଟନ୍ ଲୁହାପଥର ବେଆଇନ୍ ଭାବେ ଗଚ୍ଛିତ ଥିବା ଠାବ କରି ତାହାକୁ ମଧ୍ୟ ଜବତ କରିଥିବା ନେଇ ସୂଚନା।ଏନେଇ ଖଣି ବିଭାଗ ତରଫରୁ ମାମଲା ରୁଜ୍ଜୁ କରାଯାଇ ଘଟଣା ପଛର ମାଷ୍ଟର ମାଇଣ୍ଡ କିଏ ଏବଂ ଏହି କାରବାରରେ ସମ୍ପୃକ୍ତଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



