ରାଜରାସ୍ତାରେ ଚାଷୀ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ
କେନ୍ଦୁଝର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଲ୍ୟାମ୍ପ ରେ ଧାନକିଣାରେ ଅବ୍ୟବସ୍ଥା ଅଭିଯୋଗ ।ରାସ୍ତାରେ ଧାନ ବସ୍ତା ରଖି ଚାଷୀମାନେ ରାସ୍ତାରୋକ କରିଥିବା ନେଇ ସୂଚନା। ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗକରି କରଞ୍ଜିଆ ଲ୍ୟାମ୍ପ ସମ୍ମୁଖରେ କରଞ୍ଜିଆ ସରପଞ୍ଚଙ୍କ ନେତୃତ୍ବରେ ଚାଷୀଙ୍କ ରାସ୍ତା ରୋକ ଯୋଗୁ ଚମ୍ପୁଆ ଭଣ୍ଡା ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହେଇଯାଇଥିବା ନେଇ ସୂଚନା । କରଞ୍ଜିଆ ଲ୍ୟାମ୍ପରେ ଚାଷୀଙ୍କ ଠାରୁ ଧାନ ନେବା ବଦଳରେ ଧାନ ମିଲକୁ ପଠାଇବାକୁ ମଣ୍ଡି କର୍ତୃପକ୍ଷ ଚାପ ସୃଷ୍ଟି କରିବା ଓ ଠିକ୍ ସମୟରେ ଚାଷୀଙ୍କ ଧାନ ନିଆଯାଉନଥିବାରୁ ଦିନଦିନ ଧରି ଅପେକ୍ଷା ପରେ ମଧ୍ୟ ଚାଷୀଙ୍କ ଧାନ ନିଆ ଯାଉନଥିବା ଅଭିଯୋଗ ହୁଏ ଠିକ ସମୟରେ ମଣ୍ଡି ଖୋଲା ଯାଉନଥିବା ସହିତ ଏହି ଲ୍ୟାମ୍ପ ରେ ଚାଷୀଙ୍କ ବଦଳରେ ବେପାରୀଙ୍କ ଧାନକିଣାକୁ ଅଧିକ ଗୁରୁତ୍ବ ଦିଆଯାଉଥିବା କୁ ବିରୋଧ କରି ଚାଷୀଆଜି ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ଚମ୍ପୁଆଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଚାଷୀ ମାନେ ତାଙ୍କର ଜିଦ୍ ରେ ଅଟଳ ଥିବାରୁ ରାସ୍ତା ଅବରୋଧ ଜାରି ରହିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



