ଅନୁଗୁଳ,ତା ୧୭/୦୩/୨୬ ରିଖ
ବିଶ୍ଵ ପରିବେଶ ମହଲରେ ସାତକୋଶିଆ ରେ ମିଳିଛି ଏକ ନୂତନ ସଫଳତା । ୧୯୭୫ ମସିହାରେ ସ୍ଥାପିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପାଳିତ ହେଉଥିବା ଦୁଇଟି ଘଡ଼ିଆଳ ର ମିଳନ ପରେ ମଙ୍ଗଳବାର ସକାଳେ ମାଈ ଘଡ଼ିଆଳ ର ଅଣ୍ଡା ବନ ବିଭାଗର ସଫଳତାର ନୁଆ ପ୍ରାକୃତିକ ଅଧ୍ୟାୟ ଯୋଡ଼ି ହେଲା । ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳ ପ୍ରଜାତିର କୁମ୍ଭୀର ମାନଙ୍କର ପ୍ରଜନନ ପାଇଁ ୧୯୭୫ ମସିହାରେ ଗବେଷଣା ଆରମ୍ଭ ହୋଇଥିଲା। ନେପାଳ ରୁ ୪୪ ଗୋଟି ଅଣ୍ଡା ପ୍ରଥମ ପର୍ଯ୍ୟାୟରେ ଅଣାଯାଇ ପ୍ରାକୃତିକ ପରିବେଶରେ ଛୁଆ ଫୁଟିବା ପରି ସଫଳତା ମିଳିବା ପଛରେ ସେ ସମୟର ସହକାରୀ ଗବେଷକ ଡା.ଲାଲ ଅଶ୍ଵିନୀ କୁମାର ସିଂ ଙ୍କ ଅବଦାନ ସାତକୋଶିଆ ସହ ଯୋଡ଼ି ହୋଇଗଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୀର୍ଘ ଚାଳିଶ ବର୍ଷର ବ୍ୟବଧାନରେ ୨୦୨୦ ମସିହାରେ ପ୍ରଥମେ ସାତକୋଶିଆ ର ଵଳଦମରା ଘାଟରେ ଗୋଟିଏ ମାଈ ଘଡ଼ିଆଳ ୨୮ ଅଣ୍ଡା ଦାନ ପରିବେଶ ମହଲରେ ନୂଆ ସମ୍ଭାବନା ସୃଷ୍ଟି ହେଲା। ସାତକୋଶିଆ ରେ ମଗର ପ୍ରଜାତିର କୁମ୍ଭୀର ବଂଶ ବୃଦ୍ଧି କାରଣରୁ ଗଣ୍ଡ ଜଳରେ ଘଡ଼ିଆଳ ବଂଶ କ୍ରମଶଃ କମିବାରେ ଲାଗିଥିଲା। ମାତ୍ର ଏହି ସଫଳତା ପରେ କ୍ରମାଗତ ଭାବରେ ଉକ୍ତ ମାଈ ଘଡ଼ିଆଳ ତାର ପୁରୁଷ ଘଡ଼ିଆଳ ସହ ମିଶି ଗତ ୨୦୨୫ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଅନ୍ତତଃ ୨୫ ରୁ୩୨ ଟି ପର୍ଯ୍ୟନ୍ତ ଅଣ୍ଡା ଦେଇ ଆସୁଥିବା ଯୋଡ଼ି କିନ୍ତୁ ଚଳିତ ବର୍ଷ ନିରାଶା କରିଥିଲେ।ମଗର ଆକ୍ରମଣରେ ଆହତ ଅଣ୍ଡିରା ଘଡ଼ିଆଳ ଏ ବର୍ଷ ମାଈ ସହ ମିଳିତ ହେବାରୁ ବଂଚିତ ହେଲା । କିନ୍ତୁ କୁମ୍ଭୀର ଗବେଷଣା କେନ୍ଦ୍ରରେ ରହୁଥିବା ସର୍ବପୁରାତନ ଯୋଡ଼ି କୁ ଗଣ୍ଡ ମଧ୍ୟ କୁ କିଛି ମାସ ଆଗରୁ ଛଡ଼ା ଯାଇଥିଲା। ସାତକୋଶିଆ ବନଖଣ୍ଡ ଅଧିକାରୀ ଓ ସାତକୋଶିଆ ର ବିଶେଷଜ୍ଞ ଡା.କିଶୋର ଚନ୍ଦ୍ର ସାହୁ ଙ୍କ ଆକଳନ ଏହି ସଫଳତା ର ଶ୍ରେୟ ଅଟେ। ପ୍ରଜନନ କେନ୍ଦ୍ରରେ ପାଳିତ ଏହି ଯୋଡ଼ି ୧୯୭୫ ମସିହାରେ ସୃଷ୍ଟି ସେହି ୪୪ ଶାବକ ମଧ୍ୟରୁ ଅନ୍ୟତମ। ବନଖଣ୍ଡ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଙ୍କ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଛଅ ଗୋଟି ଅଣ୍ଡା ମଧ୍ୟରୁ ଦୁଇଟି ଅଣ୍ଡା ଭାଙ୍ଗି ନଷ୍ଟ ହୋଇଯାଇଛି । ସ୍ପଷ୍ଟ ଚିତ୍ର ଆସିବା ରେ ବିଳମ୍ବ ହୋଇପାରେ। କୁମ୍ଭୀର ଯୋଡ଼ି କୁ ଗଣ୍ଡରେ ଛଡ଼ା ଯିବା ଏକ ପ୍ରକାର ସଠିକ୍ ନିଷ୍ପତ୍ତି ଥିଲା ତାହା ପ୍ରମାଣିତ ହୋଇଛି ବୋଲି ଡା. କିଶୋର ସାହୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି ଉସ୍ରାହିତ ଥିବା ପ୍ରକାଶ କରିଛନ୍ତି। ସାତକୋଶିଆ ଅଧିକାରୀ ଙ୍କ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହେଲା ବୋଲି ସେ ନିଜ ମତବ୍ୟକ୍ତ କରିଛନ୍ତି। ଘଟଣା କୁ ଉସୃକତା ର ସହ ପ୍ରତିଦିନ ଆମେ ଡଙ୍ଗା ଘାଟରେ ସମସ୍ତ ପ୍ରସ୍ତୁତି କରିଥିଲୁ । ମାଈ ଘଡ଼ିଆଳ ସହ ଅଣ୍ଡିରା ର ମିଳନ ହେବା ପରେ ଠାରୁ ଡଙ୍ଗା ଘାଟରେ ଦୃଶ୍ୟମାନ ଆମ ପାଇଁ ସଫଳତାର ସମ୍ଭାବନା ସୃଷ୍ଟି କରିଥିଲା । ଆଜି ତାହା ବାସ୍ତବ ରୂପରେଖ ହେବା ପଛରେ ସାତକୋଶିଆ ର କର୍ମଚାରୀ ମାନଙ୍କ ଅବଦାନ ନିଶ୍ଚିତ ପ୍ରଶଂସନୀୟ ବୋଲି ଅଧିକାରୀ ଶ୍ରୀ ଗଦାଧର ପାତ୍ର ସୂଚନା ଦେବା ଅବସରରେ ଖୁସି ପ୍ରକଟ କରିଥିଲେ। ସାତକୋଶିଆ ଗଣ୍ଡରେ ଘଡ଼ିଆଳ ପ୍ରଜନନ ର ତତ୍ କାଳୀନ ଗବେଷକ ଡଃ. ଲାଲ ଅଶ୍ଵିନୀ କୁମାର ସିଂ ଘଟଣା ଶୁଣି ବେଶ ଆନନ୍ଦ ପ୍ରକାଶ କରିବା ସହ ସେ ଦେଖିଥିବା ସ୍ବପ୍ନ ଆଜି ବାସ୍ତବରେ ପରିଣତ ହୋଇଛି। ଏ ଘଟଣା ସମଗ୍ର ବିଶ୍ଵରେ ନୂଆ ଅନୁଭୂତି। ଆଗକୁ ଏମିତି ନୂଆଁ ଚମତ୍କାରୀତା ବିଶ୍ଵ ଦରବାରରେ ଚହଳ ସୃଷ୍ଟି କରିପାରେ । ସେଥିପାଇଁ ସାତକୋଶିଆ ର ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଙ୍କୁ ଡ. ସିଂ ଶୁଭେଚ୍ଛା ଜଣାଇଛନ୍ତି।

April 19, 2026/
No Comments


