ପ୍ରଶାସନପକ୍ଷରୁ ରାମନବମୀ ପାଳନକୁନେଇ ବଡ଼ବିଲଥାନା ପ୍ରାଙ୍ଗଣରେ ଶାନ୍ତି କମିଟି ବୈଠକ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳରେ ଚଳିତବର୍ଷ ରାମ ନବମୀ ପାଳନକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଡିଏମ୍ ତଥା ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ପୌରାଧିକାରୀ ରମେଶ ଚନ୍ଦ୍ର ନାୟକ ଉପସ୍ଥିତ ଥିବାବେଳେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଏହି ସଭାକୁ ପରିଚାଳନା କରିଥିଲେ। ଚଳିତବର୍ଷ କିପରି ରାମନବମୀ କୁ ଏକ ସୌହାର୍ଦ୍ଧ ପୂର୍ଣ୍ଣ ପରିବେଶ ମଧ୍ୟରେ ପାଳନ କରାଯିବ ତାହାକୁ ନେଇ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ଅଞ୍ଚଳର ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ନେଇ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତ ବର୍ଗର ଲୋକେ ପ୍ରଶାସନକୁ ସମ୍ପୂର୍ଣ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ୍ କରିବା ସହ ସମସ୍ତଙ୍କ ସହଯୋଗରେ ରାମ ନବମୀ ପାଳନ କରିବାକୁ ସହମତି ପ୍ରଦାନ କରିଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



