ତାଳଚେରଓକିଲ ସଙ୍ଘ ନିର୍ବାଚନର ବାହାରିଲା ଫଳାଫଳ
ସଭାପତିଭାବେ ଚିତ୍ତରଞ୍ଜନରାଉତ ୧୪୪ଖଣ୍ଡଭୋଟ ପାଇ ହେଲେ ବିଜୟୀ
ଏହି ନିର୍ବାଚନରେ ସମୁଦାୟ ୨୬୨ ଜଣ ଓକିଲ ମତଦାନ ଦେଇଥିବା ବେଳେ ସଭାପତି ଚିତ୍ତରଞ୍ଜନ ରାଉତ ୧୪୪ ଖଣ୍ଡ ଭୋଟ, ପ୍ରତିଦ୍ବନ୍ଦି ବିରଞ୍ଚିନାରାୟଣ ପ୍ରଧାନ ୧୧୪ ଖଣ୍ଡ ପାଇଥିବା ବେଳେ ୪ ଗୋଟି ଭୋଟ୍ ନାକଚ ହୋଇଥିଲା। ସେହିପରି ସାଧାରଣ ସମ୍ପାଦକରେ ସମୁଦାୟ ୨୬୨ ଜଣ ମତଦାନ ଦେଇଥିଲେ , ଏଥିରେ ଵୈଳେନ୍ଦ୍ର ସିଂ ୧୭୨, ଜମ୍ବେଶ୍ଵର ପଟ୍ଟନାୟକ ୮୮ ଖଣ୍ଡ ଭୋଟ ପାଇଥିବା ବେଳେ ଦୁଇଟି ଭୋଟ୍ ନାକଚ ହୋଇଥିଲା। ଉପସଭାପତି ଥିରେ ସମୁଦାୟ ୨୬୨ ଜଣ ସମୁଦାୟ ମତଦାନ ଦେଇଥିଲେ। ଏଥିରେ ରବିନ୍ଦ୍ର ସାମନ୍ତ ୯୧, ବାଉରୀବନ୍ଧୁ ବେଜ୍ ୯୦, ନିମାଇଁ ମହାନ୍ତି ୭୬ ଖଣ୍ଡ ଭୋଟ ପାଇଥିଲେ। ଏଥିରେ ୫ଟି ଭୋଟ୍ ନାକଚ ହୋଇଥିଲା। ସେହିପରି ସହ ସମ୍ପାଦକ ବିଭୀଷଣ ନାଏକ କୋଷାଦକ୍ଷ
ମାନସ ରାୟ ସଂସ୍କୃତିକ ସମ୍ପାଦକ
ଜ୍ଞାନେଶ୍ୱର ସାହୁ ଅଡିଟର
ରାଜେନ୍ଦ୍ର ସିଂ ସେମିନାର ସମ୍ପାଦକ
କରୁଣାକର ନାୟକ ବିଜୟୀ ହୋଇଛନ୍ତି।




