୨୫% ପ୍ରତିଶତ ପୁଞ୍ଜି ପ୍ରତିହାର କରିବ ଏମସିଏଲ – ଅଧ୍ୟକ୍ଷ
ତାଳଚେର, – ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏମସିଏଲ (ମହାନଦୀ କୋଲଫିଲଡ଼ସ୍ ଲିଃ) ୨୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାକୁ ଏକ ଦିବସୀୟ ତାଳଚେର ଗସ୍ତରେ ଆସି କୋଲଇଣ୍ଡିଆ ଅଧ୍ୟକ୍ଷ ବି. ସାଇରାମ ଏହା ପ୍ରକାଶ କରିଛନ୍ତି । ପୂର୍ବରୁ ବି.କୋ.କୋ ଲିଃ (ଭାରତ କୋକିଙ୍ଗ କୋ ଲିଃ) ଓ ସିଏମପିଡ଼ିଆଇ (କୋଇଲା ଖଣି ଯୋଜନା ଏବଂ ଡ଼ିଜାଇନ ପ୍ରତିଷ୍ଠାନ)ରୁ ପୁଞ୍ଜି ପ୍ରତ୍ୟାହାର ହୋଇଥିବା ବେଳେ ଏବେ ଏମସିଏଲରୁ ଏହା ପ୍ରତ୍ୟାହାର ହେବ । ଏମସିଏଲର କୋଇଲା ସମସ୍ତ ପ୍ରକାର ଗ୍ରାହକମାନଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିଛି । ତାଳଚେର ସମେତ ଝାରସୁଗୁଡ଼ା, କୋର୍ବା ଓ ସିଙ୍ଗଲୋରୀ ହେଉଛି ଭାରତ ପ୍ରମୁଖ କୋଇଲା କ୍ଷେତ୍ର, ଯେଉଁଠାରୁ ସର୍ବାଧିକ କୋଇଲା ଉତ୍ପାଦନ ହୋଇଥାଏ । ଚଳିତ ଆର୍ଥିକ ବର୍ଷରେ କୋଲଇଣ୍ଡିଆ ୭ଶହ ୮୧ନିୟୁତ ଟନ୍ କୋଇଲା ଉତୋଳନ କରିବ ବୋଲି ସିଏମଡ଼ି ଆଶା ପ୍ରକୋଟ କରିଥିଲେ । ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ସିଆଇଏଲବାର୍ଷିକ ୬%ରୁ ୭% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି ଓ ଆଗାମୀ ମାସ ଗୁଡ଼ିକରେ କୋଇଲା ଚାହିଦା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହି ଅବସରରେ ଏମସିଏଲ ସିଏମଡ଼ି ଉଦୟ ଅନନ୍ତ କାଓଲେ କହିଥିଲେ କି ପରିବହନ ସମସ୍ୟା ଯୋଗୁଁ ୪୪ ନିୟୁତ ଟନ୍ କୋଇଲା ଷ୍ଟକ ରହିିଛି । ଗ୍ରୀଷ୍ମଋତୁରେ ଚାହିଦା ବୃଦ୍ଧି ପାଇବା ଆଶା କରାଯାଉଛି । ମହାରାଷ୍ଟ୍ର ବିଦେଶରୁ କୋଇଲା ଆଣିବା ପରିବର୍ତେ ଏମ଼ସିଏଲରୁ କୋଇଲା ନେଉଥିବାରୁ ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ଅବସରରେ ଶ୍ରୀ ସାଇରାମ ଭୂବନେଶ୍ୱରୀ ଅଂଚଳରେ ସ୍ୱଂୟ ଚାଳିତ ଟ୍ରକ ଲୋଡ଼ିଙ୍ଗ ସିଷ୍ଟମ ଯାଂଚ କରିବା ସହ ଭୂବନେଶ୍ୱରୀ ଓସିପି ସାଇଲୋ ଓ ଅନନ୍ତ ଓସିପିରେ ଖଣିକାର୍ଯ୍ୟ ଯାଂଚ କରିଛନ୍ତି । ଏହି ଅବସରରେ ତାଳଚେର ଅଂଚଳରେ କୋଇଲା ଚାହିଦା ବୃଦ୍ଧି ପାଉଥିବା ବେଳେ ଉତ୍ପାଦନ ମଧ୍ୟ ବୃଦ୍ଧିଦ ପାଇବାରେ ଲାଗିଛି । ଏହି କାରଣରୁ ସମଗ୍ର ତାଳଚେର ଅଂଚଳଟି ବର୍ତମାନ ପରିବେଶ ବିଗିଡ଼ିଯିବା ସହ ଲୋକମାନେ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହେଉଥିବା ଘଟଣାର ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ସିଏମଡ଼ି ପ୍ରକାଶ କରିଥିଲେ କି, ଆଗାମୀ ଦିନରେ ଏହାକୁ କିପରି କିଛିକାଂଶରେ ରୋକାଯାଇ ପାରିବ ତାଉପରେ କାର୍ଯ୍ୟକ୍ରମ କରାଯାଉଛି ଓ ଏମସିଏଲ ପକ୍ଷରୁ ଡ଼ିଏମଫଣ୍ଡ ଓ ସିଏସଆର ଫଣ୍ଡ କିପରି ଏଦିଗରେ ଖର୍ଚ୍ଚ ହୋଇପାରିବ ତାଉପରେ ଧ୍ୟାନ ଦିଆଯିବ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏମସିଏଲ ନିର୍ଦ୍ଦେଶକ କେଶବ ରାଓ, ବୈଷୟିକ ସଞ୍ଜୟ ଝା, ଏକେ ବେଉରୀଆ, ଜଗନ୍ନାଥ ମହାପ୍ରବନ୍ଧକ ଅଶୋକ ଧଳ ଓ ବିଭିନ୍ନ ପଦାଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ।



