ଏଣିକି ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ ବୋଲି ସେ କହିଛନ୍ତି । ସେପଟେ ୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ ।
ଏସ୍ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା ନେଇ ଘୋଷଣା ହୋଇଥିଲା । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ ବୋଲି ସୂଚନା ଦିଆଯାଇଥିଲା । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

