ନୁଆଦିଲ୍ଲୀ: ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶୁକ୍ରବାର ୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ହେଭିୱେଟ ନାଁ ମଧ୍ୟରେ ତାମିଲିସାଇ ସୌନ୍ଦରାରାଜଙ୍କୁ ମାଇଲାପୋରରୁ ପ୍ରାର୍ଥୀ କରାଯାଇଛି । ବନଥି ଶ୍ରୀନିବାସ କୋଏମ୍ବାଟୁରରୁ ନିର୍ବାଚନ ଲଢିବେ । କେନ୍ଦ୍ର ମନ୍ତ୍ରୀ ଏଲ ମୁରୁଗାନଙ୍କୁ ଅବନାଶୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି ।
ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଦିଆଯିବ । ମେ ୪ରେ ଗଣନା ହେବ ।୨୩୪ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାର ବର୍ତ୍ତମାନର କାର୍ଯ୍ୟକାଳ ମଇ ୧୦ରେ ଶେଷ ହେବ । ମୁଖ୍ୟ ନିର୍ବାଚନୀ ପ୍ରତିଦ୍ୱନ୍ତା ଦ୍ରାବିଡ ମୁନେତ୍ର କାଝଗମ ନେତୃତ୍ୱାଧିନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ମଧ୍ୟରେ ହେବ ବୋଲି ଆସା କରାଯାଉଛି । ଯେଉଁଥିରେ କଂଗ୍ରେସ ଡିଏମଡିକେ, ବାମଦଳ, ଅଣ୍ଡିଆନ ୟୁନିଅନ ମିସଲିମ ଲିଗ ଏବଂ ଅନ୍ୟାନ୍ୟ ଦଳ ସାମିଲ ହୋଇଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

