ସୁନାସଫେଇ କରିଦେବା କହି ସୁନାଚେନ୍ ନେଇ,ଦୁଇ ଦୁର୍ବୃତ୍ତ ଫେରାର
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ବରହମପୁର ଗାଁରେ ଠକେଇର ଏକ ଅଭିନବ ଘଟଣା ସାମ୍ନାକୁ ଆସିଛି। ସୁନା ସଫା କରିଦେବା ଆଳରେ ଦୁଇ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଠକି ପ୍ରାୟ ୮ ଗ୍ରାମର ସୁନା ଚେନ୍ ନେଇ ଫେରାର ହୋଇଯାଇଥିବା ନେଇ ସୂଚନା।
ପୀଡ଼ିତା ଜଣକ ହେଉଛନ୍ତି ସରୋଜ କୁମାର ଚୌଧୁରୀଙ୍କ ସ୍ତ୍ରୀ ସଞ୍ଜୁଲତା ଚୌଧୁରୀ । ଘଟଣା ସମୟରେ ସଞ୍ଜୁଲତା ଓ ତାଙ୍କ ଝିଅ ଘରେ ଥିବାବେଳେ, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ତାଙ୍କ ଘରକୁ ପହଞ୍ଚିଥିଲେ। ସେମାନେ ପିତଳ ବାସନ ଓ ଅନ୍ୟାନ୍ୟ ବାସନ ସଫା କରିଦେବେ ବୋଲି କହିଥିଲେ।ପ୍ରଥମେ ସଞ୍ଜୁଲତା ଏକ ପିତଳ ପ୍ଲେଟ୍ ସଫା କରିବାକୁ ଦେଇଥିଲେ। ତାହାକୁ ସଫଳତାର ସହ ଶୁଖିଲା ଓ ଚକଚକ କରିଦେବା ପରେ, ସେ ତାଙ୍କ ପାଉଁଜି ମଧ୍ୟ ସଫା ପାଇଁ ଦେଇଥିଲେ। ପାଉଁଜି ଭଲଭାବେ ସଫା କରିଦେବା ପରେ, ଦୁର୍ବୃତ୍ତମାନେ ସୁନା ଚେନ୍ ମଧ୍ୟ ସଫା କରିଦେବା ପ୍ରସ୍ତାବ ଦେଇଥିଲେ।ତାଙ୍କ କଥାରେ ବିଶ୍ୱାସ କରି ସଞ୍ଜୁଲତା ବେକରୁ ସୁନା ଚେନ୍ କାଢ଼ି ଦେଇଥିଲେ। ଦୁର୍ବୃତ୍ତମାନେ ଚେନଟିକୁ ଏକ ଟିଫିନ୍ ବକ୍ସରେ ପୁରାଇ ଦେଇ କହିଥିଲେ ଯେ, ଏହାକୁ କିଛି ସମୟ ପାଇଁ ହଳଦୀ ପାଣିରେ ଚୁଲିରେ ବସାଇବାକୁ। ସଞ୍ଜୁଲତାଙ୍କ ଝିଅ ଯେତେବେଳେ ଟିଫିନ୍ ବକ୍ସ ନେଇ ଚୁଲିରେ ବସାଇବାକୁ ଯାଇଥିଲେ, ସେତେବେଳେ ଜଣେ ଦୃବୃର୍ତ୍ତ ପଛେପଛେ ଯାଇ ସୁନା ଚେନ୍ କୁ ଗାଏବ କରି ନେଇଯାଇଥିଲେ । ତେବେ ଡବାଭିତରେ ସୁନା ଚେନ୍ ନାହିଁ ଜଣାପଡ଼ିବା ପରେ ସେମାନେ
ତୁରନ୍ତ ବାହାରକୁ ଆସି ଦେଖିଲାବେଳକୁ ଦୁଇଜଣ ଯାକ ଦୁର୍ବୃତ୍ତ ବାଇକରେ ଛୁ ମାରିଛନ୍ତି । ସେମାନଙ୍କୁ ପିଛା କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିନଥିଲା।
ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଚମ୍ପୁଆ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ଏହିପରି ଠକେଇ ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କୁ ସଚେତନ ରହିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-scaled.jpg)


