
୮ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ପରେ ବିଭିନ୍ନ ଜିଲ୍ଲାକୁ ବଦଳି
ଜେ ବି ଏନ, ୧୧/୧୨/୨୦୨୦, ଭୁବନେଶ୍ବର : ଓଡ଼ିଶା ପୋଲିସ ରେ କାର୍ଯ୍ୟରତ ୮ଜଣ ଡିଏସ୍ଙ୍କୁ ଅତିରିକ୍ତ ଏସ୍ ପି ପାହ୍ୟାକୁ ପଦୋନ୍ନତି ମିଳିଛି ଓ ପଦୋନ୍ନତି ପରେ ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି । ସୂଚନା ମୁତାବକ ପଦୋନ୍ନତି ଭିତ୍ତିରେ ଗଞ୍ଜାମ ପିସିଆରର୍ ସେଲ୍ ଡିଏସପି ଉତ୍କଳ କେଶରୀ ଦାସ ଙ୍କୁ ସୋନପୁରକୁ , ନୂଆପଡ଼ା ଖରିଆର ଏସ୍ଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ କେନ୍ଦୁଝରକୁ , ଅନୁଗୁଳ ଆଇଏଏଟିୟୁ ଡିଏସ୍ ବିଜୟ କୁମାର ନନ୍ଦ ଙ୍କୁ କଳାହାଣ୍ଡି କୁ , କମିସନରେଟ୍ ଏସିପି ସୁଯୋଗ୍ୟ କୁମାର ମିଶ୍ରଙ୍କୁ ମୟୁରଭଞ୍ଜକୁ , କମିସନରେଟ୍ ଏସିପି ଯତୀନ୍ଦ୍ର କୁମାର ପଣ୍ଡା ଭଦ୍ରକକୁ ବଦଳି ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭିଜିଲାନ୍ସ ଡିଏସପି ରଜନ କୁମାର ଦାସ , ଡିଏସପି ତ୍ରିଲୋଚନ ସ୍ବାଇଁ , ଗୁଇନ୍ଦା ଡିଏସପି ଆନନ୍ଦ ଚନ୍ଦ୍ର ପତି ପଦୋନ୍ନତି ପାଇବା ପରେ ନିଜ ବିଭାଗରେ କାର୍ଯ୍ୟ କରିବେ । ଅନ୍ୟପକ୍ଷରେ ବାଲେଶ୍ବର ମୁଖ୍ୟାଳୟ ଡିଏସପି ରବୀନ୍ଦ୍ର କୁମାର ସେଠୀଙ୍କୁ କଳାହାଣ୍ତି କୁ , କେନ୍ଦ୍ରାପଡ଼ା ମୁଖ୍ୟାଳୟ ଡିଏସପି ଶୁଭେନ୍ଦୁ କୁମାର ସିହ୍ନା ନୟାଗଡ଼କୁ ଏବଂ ନୟାଗଡ଼ ଏସ୍ଡିପିଓ ନିରଂଜନ ପାଢ଼ୀଙ୍କୁ କନ୍ଧମାଳ ହେଡ କ୍ୱାର୍ଟସ ବଦଳି କରାଯାଇଛି ।



