
ସମ୍ବଲପୁର ଜିଲ୍ଲା ,ଜମନକିରା ବ୍ଲକ ,ମହଦା ପଞ୍ଚାୟତ ,ମହଦା ଗ୍ରାମରେ 24 ପହରି ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।କର୍ତ୍ତା ଭାବରେ ସୁଦୀପ୍ତ ପଟେଲ ଓ ତାଙ୍କ ଧର୍ମ ପତ୍ନୀ ସ୍ମିତା ପଟେଲ ,ପୂଜକ ଅରୁଣ କୁମାର ଦାସ ଓ ଏହି ଅଞ୍ଚଳର ଅନେକ ମହିଳା କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ।

ସହଯୋଗ କର୍ତ୍ତା ମହଦା ଗ୍ରାମବାସୀ ବୃନ୍ଦ।ଏହି 24 ପ୍ରହରୀ ରେ 28 ତାରିଖ ଦିନ କଳସ ଯାତ୍ରା ଆରମ୍ଭ ହୋଇଥିଲା।29 ତାରିଖ ଦିନ ନାମ ଆରମ୍ଭ ହୋଇ 2 ତାରିଖ ଦିନ ପୂର୍ଣ୍ଣାହୁତି ପଡ଼ିଥିଲା।ମହଦା ଖଣ୍ଡା ଗାଡ ,ହରେକୃଷ୍ଣ ପୁର ,ବିଞ୍ଜିପାଲି ମହିଳା କୀର୍ତ୍ତନ ,ଗଙ୍ଗା ଡିହି,କର୍ଡାଖମନ୍,ବଇଁଶୀ ମାଲ ,ବୁଦ୍ଧିଆ ପାଲି,ଝାଙ୍କର ପାଲି ଇତ୍ୟାଦି ବହୁଦୁରରୁ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ।ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ ଯୋଗ ଦେଇଥିଲେ।ବହୁ ଲୋକଙ୍କ ସମାଗମ ହୋଇଥିଲା।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଁଜ




