
ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ଅବକାରୀ, ପୋଲିସ ଓ ବନ ବିଭାଗର ଚଢ଼ାଉ
ଜେ ବି ଏନ, ୧୧/୧୨/୨୦୨୦, (ରିପୋର୍ଟ, ମଦନ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ ବଗିଚା ଉପରେ ଶୁକ୍ରବାର ଅନୁଗୋଳ ଅବକାରୀ ବିଭାଗ, ଛେଣ୍ଡିପଦା ଜଙ୍ଗଲ ବିଭାଗ ତଥା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏଥିରେ ପ୍ରାୟ ୨ ଏକର ୨୫ ଡିସିମିଲ ଜଙ୍ଗଲ ଜାଗାରେ କରାଯାଇଥିବା ଗଞ୍ଜେଇ ଚାଷ ବଗିଚା ମଧ୍ୟରୁ ୯ ହଜାର ପରିପକ୍ୱ ଗଞେଇ

ଗଛ କାଟିବା ସହ ନିଆଁ ଲଗାଇ ପୋଡି ନଷ୍ଟ କରିଦିଆଯାଇଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ , ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକ , ଅବକାରୀ ବିଭାଗ ନିରୀକ୍ଷକ ଦିଲ୍ଲୀପ କୁମାର ବେହେରା ,ବାଗେଡିଆ ପୋଲିସ ଫାଣ୍ଡି ଅଧିକାରୀ ଅବଦୁଲ୍ ୱସିମ ଖାଁ , ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅଫିସର ପ୍ରତାପ ରାଉଳଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।




