
ନାଲକୋ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ଦୁଇ ଅଟକ
ଜେ ବି ଏନ୍,୧୨/୧୨/୨୦୨୦(ମଦନ ସାହୁ)ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଆଦର୍ଶ ଥାନା ପକ୍ଷରୁ ଗତ ୧୦ତାରିଖ ଦିନ ଚଢାଉ କରି ବ୍ରାଉନ ସୁଗାର ଜବତ କରାଯାଇଛି l ସୂଚନା ମୁତାବକ ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ଦୁଇ ଯୁବକ ଏହି କାରବାରରେ ସମ୍ପୃକ୍ତ ଥିବା ଦୁଇ ଯୁବକ ଙ୍କୁ ପୋଲିସ ଗିରଫ କରିଛି l ଗିରଫ ବ୍ୟକ୍ତି ଦ୍ୱୟ ହେଲେ ବୈଷ୍ଟବ ଓରଫ ବାଇ ମହାରଣା(୩୦) ଓ ଆଶୁତୋଷ ତ୍ରିପାଠୀ (୨୨)। ପୋଲିସ ସେମାନଙ୍କ ପାଖରୁ ପାଞ୍ଚ ଗ୍ରାମ ୬୩୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ମୋଟରସାଇକଲ୍ ଓଡି ୧୯ ଇ ୭୪୬୯,ଗୋଟିଏ ନୋକିଆ କି ପ୍ୟାଡ ମୋବାଇଲ, ନଗଦ ୪୦୦ ଟଙ୍କା ଜବତ କରିଛି l ନାଲକୋ ଥାନା ପକ୍ଷରୁ କେଶ ନଂ ୧୭୮/୨୦୨୦ ରେ ଏକ ମାମଲା ରୁଜ କରାଯାଇ କୋଟକୁ ଚାଲଣ କରାଯାଇଥିବା ନାଲକୋ ଥାନା ପକ୍ଷରୁ ସୂଚନା ମିଳିଛି



