ପଥର ଖଣି ମାଫିଆ ଙ୍କ ଆକ୍ରମଣରେ ବନବିଭାଗ କର୍ମଚାରୀ ଲହୁଲୁହାଣ

(ଜେ ବି ଏନ /ସୁଶାନ୍ତ କୁମାର) ୧୨/୧୨/୨୦୨୦ ଢେଙ୍କାନାଳ : ରାଜ୍ୟରେ ବିଭିନ୍ନ ସ୍ଥାନରେ ପଥର ଖଣି ମାଫିଆ ଙ୍କ ଆକ୍ରମଣ ରେ କେତେବେଳେ ସାମ୍ବାଦିକ ଓ କେତେବେଳେ ବନକର୍ମଚାରୀ ଆକ୍ରମଣ ଶିକାର ହେଉଛନ୍ତି l ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କରଡାବଣି ଜଙ୍ଗଲରେ ଅଘଟଣ l ସେହିପରି କିଛି ଦିନ ପୂର୍ବରୁ ଅନୁଗୋଳ ଜିଲ୍ଲା ରେ ସାମ୍ବାଦିକ ଆକ୍ରମଣ ଶିକାର ହୋଇଥିବା ଜଣାପଡ଼ିଛି । ପଥର ମାଫିଆଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବନ କର୍ମଚାରୀ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ସୂଚନା । ସୂଚନା ଅନୁଯାୟୀ ଆଜି ଦିନ ୧୦ଟା ସମୟରେ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କରଡାବଣି ଜଙ୍ଗଲରେ ବେଆଇନ ପଥର ଖଦାନ ଉପରେ ଚଢାଉ ସମୟରେ କିଛି ପଥର ମାଫିଆ ବନ କର୍ମଚାରୀ ଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣ ରେ ୨ ଫରେଷ୍ଟ ଗାର୍ଡ ଏବଂ ୫ଜଣ ୱାଚର ଆହତ ହୋଇଛନ୍ତି । ବୋରାପଦା ସ୍ଥିତ ମେଡ଼ିକାଲ୍ ରେ ଆହତ ମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଘଟଣା ସ୍ଥଳରେ ନିହଳପ୍ରସାଦ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧୁକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନି ସୂଚନା ଦେଇଛନ୍ତି ।




