ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଜଳିଗଲା ଟିପି ଓ ଚାଲାଣ
ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି,ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଟିପି ଓ ଚାଲାଣ।କେନ୍ଦୁଝର ଜିଲ୍ଲା ଯୋଡ଼ାବ୍ଲକ କାଳିମାଟି ଠାରେ ଥିବା ସରକାରୀ ଓଜନ କଣ୍ଟାର କଣ୍ଟେନର ଜଳି ଯାଇଥିବା ନେଇ ସୂଚନା ଏବଂ ଏଥିରେ ଦୀର୍ଘବର୍ଷରୁ ଥିବା ଟିପି ଓ ଚାଲାଣ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି । ରାସ୍ତା ସମ୍ପୂର୍ଣ୍ଣ ଟ୍ରାଫିକ ଜାମ ଥିବା ହେତୁ ସଠିକ ସମୟରେ ପହଞ୍ଚି ପାରିନଥିଲା ଦମକଳ ବାହିନୀ । ସରକାରୀ କଣ୍ଟାର କର୍ମଚାରୀ ହଠାତ୍ ଧୂଆଁ ଉଠିବାର ଦୃଶ୍ୟ ଦେଖିବାକୁ ପାଇଥିଲେ । ଫଳରେ ପାଖରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀର କର୍ତ୍ତୃପକ୍ଷ ଙ୍କୁ ଫୋନ୍ କରି ଦମକଳ ବାହିନୀ ଙ୍କୁ ପଠାଇବା ପାଇଁ ଅନୁରୋଧ କରିବା ସଙ୍ଗେ ସଙ୍ଗେ କମ୍ପାନୀ ଦମକଳ ବାହୀନି ଗାଡ଼ି ଟିକୁ ପଠାଇଥିବା ବେଳେ, ସମ୍ପୂର୍ଣ୍ଣ ଟ୍ରାଫିକ ଜାମ ଥିବା ହେତୁ ସଠିକ ସମୟରେ ପହଞ୍ଚି ପାରିନଥିଲା । ଫଳରେ ଘଟଣାସ୍ଥଳରେ ନିଆଁ ଲିଭା ଗାଡ଼ି ପହଞ୍ଚିବା ବେଳକୁ ସମସ୍ତ କାଗଜପତ୍ର ଅଧାରୁ ଅଧିକାଂଶ ଜଳି ଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ଠାରେ ଥିବା ସରକାରୀ ଓଜନ କଣ୍ଟାରେ । ତେବେ ଏଭଳି ପରିସ୍ଥିତି ଆଗରୁ ମଧ୍ୟ ଅନେକ ବର୍ଷ ପୂର୍ବେ ହୋଇଥିବାରୁ ସେମାନେ ଖଣି ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇଥିବା କଣ୍ଟେନର ରେ ଏମ୍ ସି ଭି ସୁଇଜ ଲଗାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ନେଇ ସୂଚନା, ଏଭଳି ଖାମଖିଆଲି ନୀତି ଯୋଗୁ ଆଜି ଦୀର୍ଘ ବର୍ଷରୁ ଥିବା ଟିପି ଓ ଚାଲାଣ ସବୁ ଜଳି ପୋଡ଼ି ପାଉଁସ ହୋଇଗଲା, କାର୍ଯ୍ୟରତ ସରକାରୀ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା କି କାର୍ଯ୍ୟରେ ଅବହେଳା କରିଥିବା ପଦାଧିକାରୀ ଙ୍କ ବିରୁଦ୍ଧରେ ଉଚ୍ଚପଦସ୍ଥ ଅଧିକାରୀ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



