
( ଅସହାୟ ଅନ୍ଧ ପରିବାରକୁ ସାହାୟତା ର ହାତ ବଢ଼ାଇଲା “ବାଲିଘର” ଫାଉଣ୍ଡେସନ ) ଜଗତସିଂହପୁର ତା =18/10/23 ମଣିଷ ଜୀବନ ପାଣି ଫୋଟକା ପରି | କେତେ ବେଳେ କାହା ଭାଗ୍ୟ ଚକ୍ର ରେ କଣ ଘଟିବ ତାହା ହିଁ ବିଶ୍ୱ ନିୟନ୍ତା ଙ୍କୁ ଜଣା | ତଥାପି କର୍ମମୟ ସାମାଜିକ ଜୀବନରେ କାହାର ହସ ଖୁସିର ସଂସାର ଉଛୁଳି ପଡୁଛି ତ ଆଉ କାହା ପରିବାର ଉଜୁଡି ଯାଉଛି | ଦିନେ ଖାଇଲେ ଦୁଇ ଦିନ ଉପବାସ ରେ ଜୀବନ ବିତାଇବାକୁ ପଡୁଛି | ଅନ୍ୟର ସହାୟତା କୁ ଅସହାୟ ପରିବାର ଚାତକ ପରି ଚାହିଁ ରହିଥିବା...















