
( ତନ୍ତ୍ର ସାଧନା ନିମନ୍ତେ ବଳି ସନ୍ଦେହ, ଲୋକେ ଆତଙ୍କିତ ) ଜଗତସିଂହପୁର ତା =13/3/23 ନାବାଳିକାଙ୍କ ଗତିବିଦ୍ଧି ଉପରେ ସନ୍ଦିଗ୍ଧଙ୍କ ନଜର।ପରିବାର ଲୋକେ ଆତଙ୍କିତ। ଥାନାରେ ଅଭିଯୋଗ।ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ।ଝିଅର ସ୍କୁଲ ଯିବା ବନ୍ଦ।ପରିତ୍ୟକ୍ତ ସ୍ଥାନରେ ତନ୍ତ୍ରପୂଜାକୁ ନେଇ ବଢୁଛି ସନ୍ଦେହ।ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତନୂଆଗାଁ ଗ୍ରାମର ଏକ ବ୍ରାହ୍ମଣ ପରିବାରର ଘର ଗ୍ରୀଲ ସମ୍ମୁଖରେ ପ୍ରତିଦିନ ରାତିରେ ଅଜଣା କଳାପୋଷାକଧାରୀ ସନ୍ଦିଗ୍ଧ ବ୍ୟକ୍ତିମାନେ ଠିଆ ହେଉଥିବା ନେଇ ପରିବାର ମୁଖ୍ୟ ନାରାୟଣ ପାଣି ଥାନାରେ ଅଭିଯୋଗ କରିଛନ୍ତି।ଘରେ ତାଙ୍କର ନାବାଳିକା ଝିଅ ସହ ସ୍ତ୍ରୀ ଅନିତା...















