ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ଆଗତ ହୋଇଛି। ଏହାକୁ ନେଇ ଏବେ ଦେଶ ସହିତ ବିଦେଶରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ବିଭିନ୍ନ କାର୍ଯ୍ୟାଳୟ, କଲେଜ ଏବଂ ସଂସଦ ଭଳି ସ୍ଥାନଗୁଡ଼ିକରେ ନେତୃତ୍ୱ ଭୂମିକାରେ ମହିଳାମାନଙ୍କ ଅଂଶଗ୍ରହଣ ସନ୍ତୋଷଜନକ ନୁହେଁ। ମହିଳାମାନେ ଅନେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ବେଳେ, ବିଶ୍ୱର ଅଧା ଜନସଂଖ୍ୟା ଥିବା ମହିଳାଙ୍କୁ ନେତୃତ୍ୱ ଭୂମିକାରେ ଅଧା ମଧ୍ୟ ଦେଖିବାକୁ ମିଳୁନି। ଏହି ଲକ୍ଷ୍ୟରେ, ଭାରତୀୟ ସଂସଦରେ ନାରୀ ଶକ୍ତି ବନ୍ଦନ ଆଇନ ପ୍ରଚଳନ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜୋରଦାର୍ ହୋଇଛି। ଏହି...






