“ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା”ଏହି ଅଭିଯାନ କୁ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓଡିଶା ର ପୁରୀ ଜିଲ୍ଲା ରେ ହେଉଥିବା ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ଅଟେ। ଏହି ସମୟରେ ସାରା ଭାରତ ରୁ ଲୋକେ ଆସିଥାନ୍ତି। ଭାରତ ବାହାରୁ ବହୁତ ଭକ୍ତ ଆସିବା ର ନଜିର ମଧ୍ୟ ରହିଛି। ଏହି ରଥଯାତ୍ରା ସମୟରେ ବାହୁଡା଼ ଯାତ୍ରା ଓ ସୁନାବେଶ ଲଗାତାର ଭାବେ ଦୁଇଦିନ ପଡ଼ିଥାଏ। ଯାହା ପାଇଁ ପୁରୀ ସହର ର ସବୁ ସ୍ଥାନ ରେ ଜନ ଗହଳି ଲାଗି ରହିଥାଏ। ପୁରୀ ସମୁଦ୍ର କୁଳ କୁ ସୋର୍ଣିମ ବେଳାଭୂମି ର ଆଖ୍ୟା ଦିଆ...






