
*ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଶ୍ରେଷ୍ଠ ଗାୟତ୍ରୀ +୩ ସାଇନ୍ସ କଲେଜ* ସୁନ୍ଦରଗଡ଼ : ଗତ ୧୬ ଜୁନ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର +୩ ଶେଷ ବର୍ଷର ଫଳାଫଳ ପ୍ରକାଶିତ ହୋଇ ଯାଇଛି। ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଗାୟତ୍ରୀ +୩ ସାଇନ୍ସ କଲେଜ , ରାଜଗାଙ୍ଗପୁର ର ୧୬ ଜଣ ଛାତ୍ର ଛାତ୍ରୀ ଅଧିକ ନମ୍ବର୍ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଶୀର୍ଷ ସ୍ଥାନ ଅଳଙ୍କୃତ କରିଛନ୍ତି । ଏହି ବାର୍ତ୍ତା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ସୃଷ୍ଟି କରିଥିବା ବେଳେ , ରାଜଗାଙ୍ଗପୁର ର SDPO ଶ୍ରୀଯୁକ୍ତ ଅଭିଷେକ ପାଣିଗ୍ରାହୀ...














