
ନିମଖଣ୍ଡି ଗ୍ରାମରେ ଥାନା ନିର୍ମାଣ ଦାବିରେ ଏସପିଙ୍କୁ ସ୍ମାରକପତ୍ର ବ୍ରହ୍ମପୁର, ୨୩।୯: ନବଗଠିତ ନିମଖଣ୍ଡି ଥାନାର ନୂତନ କୋଠା ନିମଖଣ୍ଡି ଗ୍ରାମରେ ହିଁ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଜି ନିମଖଣ୍ଡି, ହୁଗୁଳାପଟାର ଜନ ପ୍ରତିନିଧିଙ୍କ ସହ ବହୁ ଅଞ୍ଚଳବାସୀ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସ୍ମାରକପତ୍ର ପ୍ରେରଣ କରାଯାଇଛି । ଅଂଚବାସୀଙ୍କ କହିବା ପ୍ରକାରେ ନିମଖଣ୍ଡି ଗ୍ରାମର ନିମଖଣ୍ଡି ମୌଜାରେ ଥିବା ଖାତା ନଂ-୪୫୧ ପ୍ଲଟ ନଂ- ୫୭ ରେ ୯୭୮ ଡିସିମିଲି ଜମି ଓଡିଶା...















