ବଲିଉଡର ପ୍ରବୀଣ ହାସ୍ୟ ଅଭିନେତା ଅସରାନି ଆଉ ନାହାନ୍ତି। ଦୀର୍ଘ ଅସୁସ୍ଥତା ପରେ ଆଜି ଅପରାହ୍ନ ୩ ଟାରେ ଏହି ଅଭିନେତାଙ୍କ ଦେହାନ୍ତ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇର ଆରୋଗ୍ୟ ନିଧି ହସ୍ପିଟାଲରେ ଅସରାନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ ଅଭିନେତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଅସରାନି ୧୯୬୭ ମସିହାରେ “ହରି କାଞ୍ଚ କି ଚୁଡିୟାଁ” ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ୫୮ ବର୍ଷର ଫିଲ୍ମ କ୍ୟାରିଅରରେ ସେ ୩୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। “ଶୋଲେ”ରେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସିତ ହୋଇଥିଲା। ସେ “ଅଭିମାନ”, “ଚୁପକେ...






