ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଅସୁସ୍ଥ । କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିଜିତ । ଏହା ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତିତ କରିଛି। ଅଭିଜିତ ମଜୁମଦାର, ଯିଏ ଓଲିଉଡ୍ ରେ ‘ମେଲୋଡି କିଙ୍ଗ୍’ ନାମରେ ପରିଚିତ, ସମ୍ଭଲପୁରୀ ସଙ୍ଗୀତ ଜଗତରୁ ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ୨୦୦୦ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘କାସିଆ କପିଳା’ରେ ସଙ୍ଗୀତ ନିର୍ଦ୍ଦେଶନା କରି ପ୍ରବେଶ କରିଥିଲେ। ତାଙ୍କ ପ୍ରସିଦ୍ଧ ଫିଲ୍ମମାନଙ୍କ ମଧ୍ୟରେ ‘ତୋ ବିନା ଭଲ ଲାଗେନା’ (୨୦୦୮), ‘ତୁ ଥାଆ ମୁଁ ଯାଉଛି ରୁଷି’ (୨୦୧୦), ‘ମ୍ୟାଟ୍ରିକ୍...






