March 11, 2021/
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ ଜେ ବି ଏନ, ୧୧/୦୩ /୨୦୨୧, ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ରେ ବହୁପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗସ୍ତ ସମୟରେ ଏହି ଉଦଘାଟନ କରିଥିଲେ l ଏହି ପ୍ରକଳ୍ପ ଫଳରେ ନୂଆପଡ଼ା ଜିଲ୍ଲାର କୋମନା, ଖଡ଼ିଆଳ ଓ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକର ୨୦୦ ଟି ଗାଁର ୧,୮୦,୦୦୦ ଲୋକ ଉପକୃତ ହେବେ ବୋଲି କୁହାଯାଇଛି। ଏଥିସହ ଜିଲ୍ଲାରେ ୨୩୩୭.୧୫ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବା...






