ଅରଡା ବାହାଲ ମହିଳା କଲେଜର ବାର୍ଷିକ ଉତ୍ସବ ପାଳିତ, ବହୁ ମେଧାବୀ ସମ୍ମାନିତକୁଚିଣ୍ଡା:୧୬/୧: କୁଚିଣ୍ଡା ଉପଖଣ୍ଡ ଅରଡା ବାହାଲ ସ୍ଥିତ ସରକାରୀ ମହିଳା କନିଷ୍ଠ ମହା ବିଦ୍ୟାଳୟର ବାର୍ଷିକୋତ୍ସବ ସମାରୋହର ସହ ପାଳିତ ହୋଇ ଯାଇଛି ।କଲେଜର ଅଧ୍ୟକ୍ଷ ରଞ୍ଜନ କୁମାର ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଡ଼ ଜ୍ୟୋତ୍ସ୍ନା ପ୍ରିୟା ବେହେରା ମୁଖ୍ୟ ଅତିଥି, ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର, ଛାତ୍ରୀ ଗଣ ପାଠ ପଢି ବଡ଼ ଲୋକ ହେବା ସହ ଭଲ ଲୋକ ମଧ୍ୟ ହେବାକୁ ଭୁଲିବେ ନାହିଁ ବୋଲି...






