ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ କରାଯାଇଛି। ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିବାରୁ ଡବ୍ଲୁସିଏଲ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ଚାମ୍ପିଅନ୍ସର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ଜୁଲାଇ ୨୨ରେ ଦକ୍ଷିଣ ଆଫ୍ରିକା ସହିତ ହେବ...






