ଚୋରି ମାମଲା ର ୨୪ ଘଣ୍ଟା ପରେ ୪ ଅଭିଯୁକ୍ତ ଗିରଫଭଟଲି : – ବରଗଡ଼ ଜିଲ୍ଲା ଭଟଲି ଥାନା ବ୍ଲକ୍ ସଦରଠାରୁ ୫ କିଲୋମିଟର ଦୂର ପିପଲମୁଣ୍ଡାକୁ ସ୍ଥାନାନ୍ତରିତ ହୋଇଥିବାରୁ ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫) ଙ୍କ ଘରୁ ଚୋରି ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକେ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୋଦରେଜ ଭାଙ୍ଗି ଭିତରେ ଥିବା ସୁନାହାର, କାନଫୁଲ, ଦୁଇଟି ସମ୍ବଲପୁରୀ ଶାଢ଼ି ଓ କିଛି ନଗଦ ଟଙ୍କା ଚୋରି କରି ନେଇଥିଲେ । ଅଭିଯୋଗ ପରେ...





