
ବିଶ୍ଵନାଥପୁର ଥାନାର ନୂତନ ଆଇଆଇସିଙ୍କୁ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ଓ ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା / (): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗଦେଇଥିବା ମମତା ହେମ୍ରମକୁ ଆଜି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ଏବଂ ବିଜେଡ଼ି ଦଳର କର୍ମକର୍ତ୍ତାମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଆଜି ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ପକ୍ଷରୁ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବରିଷ୍ଠ ଉପଦେଷ୍ଟା ବି ତିରୁପତି ପାତ୍ର, ସନ୍ତୋଷ କୁମାର ତୁଳ, ଉପସଭାପତି ଅଜିତ ମାଝୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ,ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ,ସଦସ୍ୟ ଦେବାନନ୍ଦ ମାଝୀ,ମଳୟ ବେନୁଆ,ଦିଲିପ ହରିଜନ,ମନୋଜ...















