ନେପାଳ ବନ୍ୟା ବିପର୍ଯ୍ୟୟରେ ଭାରତର ବଡ଼ ସହାୟତା: ୧୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ ନୂଆଦିଲ୍ଲୀ, ୨୭/୮: ଭୟାବହ ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ରେ ନେପାଳର ଅନେକ ଅଞ୍ଚଳ ବିପର୍ଯ୍ୟସ୍ତ ହୋଇଥିବା ବେଳେ ପଡ଼ୋଶୀ ଦେଶ ପାଇଁ ସହାୟତାର ହାତ ବଢ଼ାଇଛି ଭାରତ। ବିପର୍ଯ୍ୟୟ ପରେ ଜରୁରୀ ଆବଶ୍ୟକତା ପୂରଣ ଲାଗି ପ୍ରଥମ ପର୍ଯ୍ୟାୟରେ ନେପାଳକୁ ୧୦ ଟନ୍ ମାନବୀୟ ସହାୟତା ଓ ଦୁର୍ଘଟଣା ରିଲିଫ୍ ସାମଗ୍ରୀ ପଠାଯାଇଛି। ବୁଧବାର ରାତିରେ ଭାରତୀୟ ବାୟୁସେନାର ସି-୧୩୦ଜେ ପରିବହନ ବିମାନ ଯୋଗେ ହିଣ୍ଡନ୍ ଏୟାରବେସ୍ରୁ ଏହି ରିଲିଫ୍ ସାମଗ୍ରୀ କାଠମାଣ୍ଡୁ ଅଭିମୁଖେ ପଠାଯାଇଥିଲା। ପ୍ରାୟ ରାତି ୮ଟା ୩୫ ମିନିଟ୍ରେ ବିମାନଟି...






