୨୦ ମିଟର ଗଭୀର ଖାଇକୁ ଖସିଲା ଅମରନାଥ ଯାତ୍ରୀବାହୀ ବସ୍; ୩୧ ଆହତ, ଅଳ୍ପକେ ବର୍ତ୍ତିଲା ବଡ଼ ବିପର୍ଯ୍ୟୟ ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ମଙ୍ଗଳବାର ସକାଳେ ଅମରନାଥ ତୀର୍ଥଯାତ୍ରାରୁ ଫେରୁଥିବା ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବାଲତାଲରୁ ଶ୍ରୀନଗର ଅଭିମୁଖେ ଯାଉଥିବା ବସ୍ଟି ହରିଗାନିୱାନ ନିକଟରେ ନିୟନ୍ତ୍ରଣ ହରାଇ ପ୍ରାୟ ୨୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ସୂଚନା ଅନୁସାରେ, ଭୋର ପ୍ରାୟ ସାଢ଼େ ୫ଟାରେ ଏସ୍-ଟର୍ଣ୍ଣ ନିକଟରେ ବସ୍ର ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା ଛାଡ଼ି ସିନ୍ଧ ନଦୀ କୂଳରେ ଥିବା ଗଭୀର ଖାଇକୁ ଖସିଯାଇଥିଲା।...






