ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ ଅଧ୍ୟକ୍ଷ ହେଲେ ଇଞ୍ଜିନିୟର ଆକିବ ଉଜମାନ ଖାନ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶ୍ୱାସ ଫେରାଇବା ସହ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ମଜବୁତ କରିବା ଉପରେ ଗୁରୁତ୍ୱ ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ୱାରା ଇଞ୍ଜିନିୟର ଆକିବ ଉଜମାନ ଖାନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଂଖ୍ୟାଲଘୁ ବିଭାଗର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପରେ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ନେଇ ଆଶା ପ୍ରକାଶ ପାଇଛି। ନୂତନ ଦାୟିତ୍ୱ ପାଇବା ପରେ ଇଞ୍ଜିନିୟର...






