୪ ଦଶନ୍ଧିର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟିର R&R ପ୍ୟାକେଜ୍ ଗଞ୍ଜାମ, ୨୭/୮: ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କ ପାଇଁ ଆସିଛି ବଡ଼ ଆଶ୍ୱାସନା। ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ର ଶୁଭାରମ୍ଭ କରିଛନ୍ତି। ପ୍ୟାକେଜ୍ ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଆର୍ଥିକ ସ୍ୱାବଲମ୍ବନ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଏକକାଳୀନ କ୍ଷତିପୂରଣ DBT ମାଧ୍ୟମରେ ଦିଆଯାଉଛି।...



