ଜିନୋମ ସିକୁଏନ୍ସିଂ ଜରିଆରେ ଭାରତରେ ଦେଖାଦେଇଥିବା ଭୂତାଣୁ ଭାରିଆଣ୍ଟର ଅଧ୍ୟୟନ ପ୍ରକାଶ କଲା ଆଇଏନଏସଏସିଓଜି ଜେ ବି ଏନ, ୨୪/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 25.12.2020ରେ ଦେଶର 10 ଜାତୀୟ ପରୀକ୍ଷାଗାରକୁ ନେଇ ଜିନୋମିକ୍ସ ଉପରେ ଏକ କନ୍ସୋଟିଅମ୍ (ଆଇଏନଏସଏସିଓଜି) ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ଆଇଏନଏସଏସିଓଜି ଦେଶରେ ବ୍ୟାପିଥିବା କରୋନା ଭୂତାଣୁର ବିଭିନ୍ନ ରୂପର ଜେନୋମିକ ସିକୁଏନ୍ସିଂ ଏବଂ ବିଶ୍ଳେଷଣ କରି ଆସୁଛି । ଏହା ମଧ୍ୟ ଭୂତାଣରୁ ବିଭିନ୍ନ ପ୍ରକାର (ଜିନୋମିକ ଭାରିଆଣ୍ଟ)ର ମହାମାରୀ ପ୍ରବଣତାର ଧାରାକୁ ତୁଳନା କରି ଆସୁଛି...






