ବ୍ରହ୍ମପୁର: ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର ଓ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ମୂଳ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା ା ସିବିଆଇ ଦଳ ସୋମବାର ଅପରାହ୍ଣରେ ଗଞ୍ଜାମ ଜିଲା ଅଦାଲତ ପରିସରରେ ପହଞ୍ଚିଥିଲା।କୋର୍ଟ ଅନୁମୋଦନ ପରେ ସନ୍ଧ୍ୟା ସାଢେ ୭ଟା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ବର ଅଭିମୁଖେ ନିଆଯାଇଥିଲା ା ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର...






