ବେଲୁଆମାଲ ରେ ନୂଆଁଖାଇ ସହିତ ୩୭ ତମ ନୂଆଁଖାଇ ଭେଟଘାଟ ପାଳିତ ଏଭିବାଆଙ୍କର- ସମଗ୍ର ପଶ୍ଚିମ ଓଡିଶା ରେ ନୂଆଁଖାଇ ଧୁମଧାମରେ ପାଳନ ହେଉଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ର ବେଲୁଆମାଲ ଗ୍ରାମ ରେ ମଧ୍ୟ ନୂଆଁଖାଇ ପାଳିତ ହୋଇଯାଇଛି। ରାଜା ରାଜୁଡା ସମୟ ରୁ ଦେହୁରୁଣିମାଲ ଦେଗାଁ ଦେବେଶ୍ୱର ଭୈରବୀ ପିଠରେ ନବାନ୍ନ ଲାଗି ହେବା ପରେ ଏ ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଗ୍ରାମ ର ଭଦ୍ର ବ୍ୟକ୍ତି ଙ୍କ ମତାମତ କ୍ରମେ ଗୁରୁବାର ନବାନ୍ନ ଭକ୍ଷଣ ପାଇଁ ବେଲୁଆମାଲ ଗ୍ରାମ ରେ ଡକରା ଦିଆଯାଇଥିଲା। ଯିଏ ଯେଉଁ ଠାରେ ଥିଲେ...






