ପେଶାରେ ଶିକ୍ଷକ ନିଶା ତାଙ୍କର ରକ୍ତଦାନ
ତାଳଚେର, ୧୮/୦୬ କଥାରେ ଅଛି ରକ୍ତଦାନ ମହତ୍ ଦାନ । ପେଶାରେ ଶିକ୍ଷକ ନିଶା ରକ୍ତଦାନ । ରୋଗୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି, ତାଳଚେର ବ୍ଲକ୍ କଙ୍କିଳି ପ୍ରଭାକର ନୋଡାଲ ଉପ୍ରା ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶାନ୍ତନୁ କୁମାର ସାହୁ । ତାଳଚେର ଉପଖଣ୍ଡ ମଣ୍ଡା ପାଳ ହସ୍ପିଟାଲ ରକ୍ତଦାନ ଶିବିରରେ ଆଜକୁ ୭୬ ତମ ରକ୍ତଦାନ କରି ଚର୍ଚ୍ଚାରେ ଅଛନ୍ତି ଶିକ୍ଷକ ଶାନ୍ତନୁ ସାହୁ ।ଆଜି ରକ୍ତଦାନ କରିବା ସମୟରେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଓ ସିଡିଏମଓ ମଦନମୋହନ ସାହୁ ଉପସ୍ଥିତ ରହି ଶିକ୍ଷକ ଶାନ୍ତନୁ ସାହୁକୁ ଉତ୍ସାହିତ କରିଥିଲେ । ଆସ ରକ୍ତଦାନ କରିବା ଓ ସୁସ୍ଥ ସମାଜ ଗଠନ କରିବା ପାଇଁ ଗଣମାଧ୍ୟମ ଜରିଆରେ ଯୁବଗୋଷ୍ଠୀକୁ ଆହ୍ୱାନ ଦେଇଛନ୍ତି ଶିକ୍ଷକ ଶାନ୍ତନୁ କୁମାର ସାହୁ ।

June 18, 2026/
No Comments


