ଗଡ଼ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରେ ଧାନ ମଣ୍ଡି ଶୁଭାରମ୍ଭ

(ଜେ ବି ଏନ /ସୁଶିଲ କୁମାର) ୨୨/୧୨/୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ଗତ କାଲି ୨୧/୧୨ /୨୦୨୦ ଚାଷୀ ଙ୍କ ପାଇଁ ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି। ଧାନ ମଣ୍ଡି ରେ ୭୨୯.୧ କୁଇଣ୍ଟାଲ (୧୫୫୫ ବସ୍ତା) ଧାନ ୨୭ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ଏହା ଭିତରେ ମଣ୍ଡି ରେ କିଛି

ଉତ୍ତେଜନା ପ୍ରକାଶ ପାଇଥିବାର ନଜରରେ ଆସିଥିଲା। ଧାନ ର ପରିମାପ ଦେଖିବାରେ ଓ କିଛି ସମୟରେ ଧାନ ବିକ୍ରି ବେଳେ କୁଇଣ୍ଟାଲ ପିଛା ତିନି କିଲୋ ଧାନ କାଟି ରଖିବାରେ ନଜରରେ ରହିଚି। ଚାଷୀ ଙ୍କ କହିବା ଅନୁଯାୟୀ ଏହି ଧାନ ଓଜନ୍ ରେ କାଟିବା ସରକାରଙ୍କ ଜାଣତ ରେ ହେଉଛି ନାହିଁ ତାହାର ତଦନ୍ତ କରନ୍ତୁ। ଯଦି ସରକାର ଜାଣତ ରେ ହେଉଛି ତାହାହେଲେ ଚାଷିଙ୍କୁ ସରକାର ଏହି ପରି ଅତ୍ୟାଚାର କରିବେ ତାହାହେଲେ ଧାନ ମଣ୍ଡି ଖୋଲି ଲାଭ କଣ l




