ସ୍ବର୍ଗତ ପୀତବାସ ରଥଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପାଳନ ଓ ସ୍କରଣିକା ଉନ୍ନୋଚନ

ବିଷୟ _____& ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାସୋଇ ପଞ୍ଚାୟତର ବୃନ୍ଦାବନପୁର ଠାରେ ଆୟୋଜିତ ବରୁଣେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ର ପୃର୍ବତନ ପ୍ରଧାନ ଶିକ୍ଷକ ପିତବାସ ରଥଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଖୁବ ମହାଆଡମ୍ବରରେ ପାଳିତ ହୋଇଯାଇଛି।ଉକ୍ତ ସଭାରେ ଅଦ୍ଵୈତ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଞ୍ଚାଳନ କରିଥିଲେ ରବିନ୍ଦ୍ର ମୋହନ ରଥ। ତାଙ୍କ ଉଦ୍ଦେଶ୍ୟରେ ପ୍ରଥମେ ସ୍କରଣିକା ଉନ୍ନୋଚନ ହୋଇଥିଲା। ଦିଗମ୍ବର ସାହୁ, ପ୍ରମୋଦ ପାଠୀ, ରାମଚନ୍ଦ୍ର ଦାଶ, ସତ୍ୟରଞ୍ଜନ ସ୍ବାଇଁ,ପ୍ରଦୀପ ମିଶ୍ର,ଶାନ୍ତନୁ ଧଳ,ଗୈରାଙ୍ଗ ସ୍ବାଇଁ,ଗୁହାଳି ସରପଞ୍ଚ କାର୍ତ୍ତିକ ଧଳ, ଶିକ୍ଷାବିତ ସମାଜସେବୀ ରବିନ୍ଦ୍ର କୁମାର ପରିଡ଼ା, ହେମେନ୍ଦ୍ର କୁମାର ସାମଲ,ରାଧାଗୋବିନ୍ଦ ସାହାଣୀ, ଧନଞ୍ଜୟ ରାଉତରାୟ, ନଟବର ଦାସ, ପିତାମ୍ବର ସ୍ବାଇଁ,ପ୍ରେମଲତା ରଥ ପ୍ରମୁଖ ଯୋଗଦେଇ ପ୍ରଭୁ ପାଦେ ସମର୍ପିତ ରାଜଯୋଗୀ ତପସ୍ୱୀ ମହାନ୍ ଦେବାମ୍ନା ଶିକ୍ଷକତା ସହିତ ବ୍ରହ୍ମକୁ ମାରୀ ଈଶ୍ଵରୀୟ ବିଦ୍ୟାର୍ଥୀ ଜୀବନରେ ସନ୍ତୁଳନ ରକ୍ଷା କରି ସରଳ ସାଧାରଣ ଜୀବନ ଅତିବାହିତ କରି ଅଲୈକିତ ଏବଂ ଲୈକିକ ଜୀବନ ସମସ୍ତଙ୍କର ସେ ପ୍ରିୟପାତ୍ର ହୋଇପାରିଥିଲେ ।ସେ ଏକାଧାରରେ ଜଣେ ସାରସ୍ବତ ସାଧକ,ବାଗ୍ନି, ପରୋପକାରୀ, ସମାଜସେବୀ, ଦୟାବାନ୍ ନ୍ୟାୟପରାୟଣ ସତ୍ୟବାଦୀ ସତ୍ୟପ୍ରତିଜ୍ଞ ସତ୍ୟକାମୀ ଏବଂ ଶାନ୍ତିର ପ୍ରତୀକ ଥିଲେ । ତାଙ୍କର ବ୍ୟକ୍ତିତ୍ବରେ ପ୍ରସ୍ଫୁଟିତ ଶିଷ୍ଟାଚାରିତା ଥିଲା ବୋଲି ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ରେ ସର୍ମପିତ କରିଥିଲେ ଓ ନିଜ ପୁଅ ଝିଅ ଙ୍କୁ ଛାଡିଥିଲେ । ତାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ଆଧ୍ୟାତ୍ମିକ ଭଜନ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଏସମସ୍ତ କାର୍ଯ୍ୟକ୍ରମକୁ ତାଙ୍କ ପୁତ୍ର କନ୍ୟା ବିଷ୍ଣୁପ୍ରିୟା ରଥ, ଅନ୍ନପୂର୍ଣ୍ଣା ରଥ, ପତିତପାବନ ରଥ ଓ ଗୁରୁ ମା ,ଗୁରୁ ଭାଇ ମାନେ ସହଯୋଗ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




