ମା’ ହିଙ୍ଗୁଳା ଙ୍କ ଅଲୌକିକ ଘଟଣା
ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ‘ଙ୍କର ଯାତ୍ରା ଚାଲୁଥିବା ବେଳେ ଆଜି ପଞ୍ଚମ ଦିନରେ ତାଳଚେର ଜଗନ୍ନାଥପୁର ଗ୍ରାମରେ ଦେଖିବା କୁ ମିଳିଛି ଏକ ଅଲୋକୀକ ଘଟଣା । ଗ୍ରାମ ମଝିରେ ଥିବା ନଇଛଣ ପୋଖରୀ ହୁଡା ରେ ଥିବା ଏକ ଲିମ୍ବ ଗଛ ହଠାତ ହୁ ହୁ ଜଳିବା ସହିତ ସେହି ଅଞ୍ଚଳ ଝୁଣା ର ସୁଗନ୍ଧରେ ପରିପୂର୍ଣ୍ଣ ହୋଇଯାଇଥିବା ଦେଖିବାକୁ ମିଳିଛି । ଏ ଘଟଣା ପ୍ରଚାରିତ ହେବାପରେ ମା ‘ ଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଆଲୁ ଙ୍କ ଲମ୍ବା ଲାଇନ ଲାଗିଛି । ହରିବୋଲ ଓ ହୁଳହୁଳି ରେ ପ୍ରକମ୍ପିତ ହେବା ସହ ମା’ ଙ୍କର ପୂଜାର୍ଚ୍ଚନା ଜାରି ରହିଛି । ଏ ଖବର ପାଇ ଗ୍ରାମବାସୀ ଙ୍କ ପକ୍ଷରୁ ଗୋପାଳ ଗଡ଼ ସ୍ଥିତ ମା ହିଙ୍ଗୁଳା ଙ୍କ ସେବକ ତଥା ଦେହୁରୀ ଙ୍କୁ ଯୋଗାଯୋଗ କରିଥିଲେ ଏବଂ ପୂଜାର୍ଚ୍ଚନା କରିବା ପାଇଁ ଦେହୁରୀ ଗ୍ରାମବାସୀ ଙ୍କୁ ସୂଚନା ଦେଇଥିବା ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ।




