ବଡବିଲ ଥାନା ଅନ୍ତର୍ଗତ ରେ AC ପାଇପ୍ ଚୋରଙ୍କ ଆତଙ୍କରାଜ, ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ ।







କେନ୍ଦୁଝର ଜିଲ୍ଲାର ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ, ଏହି ଜିଲ୍ଲାରେ ଅନେକ ଲୋକ ବିଭିନ୍ନ ସ୍ଥାନରୁ ଆସି ଭିନ୍ନ ଭିନ୍ନ କାର୍ଯ୍ୟ କରି ନିଜ ଓ ନିଜ ପରିବାରର ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଯାହାଫଳରେ ଅଞ୍ଚଳରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବଂ ବୃଦ୍ଧି ପାଉଛି ଅନୈତିକ କାର୍ଯ୍ୟକଳାପ, ଯାହାପାଇଁ ଅଞ୍ଚଳ ବାସିନ୍ଦା ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ନିର୍ଦ୍ଧିଷ୍ଟ ଭାବେ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରଙ୍କ ଦୌରାତ୍ମ୍ୟ,ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତରେ ବସବାସ କରୁଥିବା ଲୋକେ ଗ୍ରୀଷ୍ମ ପ୍ରବାହରୁ ଟିକିଏ ଆରାମ ପାଇବାକୁ ନିଜ ନିଜ ଘରେ ଅବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ AC ଲଗାଇଛନ୍ତି । କିନ୍ତୁ ଗତ କିଛିଦିନ ଧରି ବଡ଼ବିଲ ଥାନା ଅନ୍ତର୍ଗତରେ AC ପାଇପ୍ ଚୋରଙ୍କ ଦୌରାତ୍ମ୍ୟ ବା ଆତଙ୍କ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୁଏ। ସୂଚନା ଅନୁଯାୟୀ ବଡ଼ବିଲଥାନା ଅନ୍ତର୍ଗତ ରେ ଗତ କିଛିଦିନ ମଧ୍ୟରେ ଅନେକ ଗୁଡିଏ ସ୍ଥାନରେ ଯେମିତିକି ଲୋକଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶୁଣିବାକୁ ମିଳେ କି ସରକାରୀ ପ୍ରତିଷ୍ଠାନ ମାନଙ୍କରେ ମଧ୍ଯ AC ପାଇପ୍ ଚୋରଙ୍କ ପାଦୃଭାବ ଦେଖାଦେଇଛି। ଜଣ ଜଣଙ୍କ ଠାରୁ ଅନେକ ବାର୍ ଚୋରୀ ହୋଇଥିବା ଅଭିଯୋଗ ହୁଏ, ଥରେ ଏହି ପାଇପ୍ ଚୋରୀ ହେଲେ ତାକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବାକୁ ହେଲେ ଲୋକଙ୍କୁ ପାଞ୍ଚରୁ ଦଶ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। AC ପାଇପ୍ ରେ ବ୍ୟବହୃତ ତମ୍ବା ତାର ଏହି ଚୋରିର ମୁଖ୍ୟ କାରଣ ପାଲଟିଛି, ଏହି ତମ୍ବା ତାରର ମୂଲ୍ୟ ବଜାରରେ ଉଚ୍ଚ ଦରରେ ବିକ୍ରୀ ହେଉଛି, ଏବଂ ବଡ଼ବିଲ ଥାନା ଅନ୍ତର୍ଗତ ରେ ଚାଲିଥିବା ଅବୈଧ ଟାଲ୍ ବା କବାଡିଆଙ୍କ ବେପାର ଏହି ଚୋରୀ ପଛର ଅନ୍ୟତମ କାରଣ ପାଲଟିଛି। ଯେଉଁଥିପାଇଁ ଚୋରମାନେ ଏହାକୁ ଟାର୍ଗେଟ କରି ଏହିଭଳି କାଣ୍ଡ ଘଟାଉଛନ୍ତି, ଏବଂ ଯାହାକି ଶୁଣିବାକୁ ମିଳେକି କିଛି ଅସାମାଜିକ ଯୁବକଙ୍କ ସହ ସ୍ୱଳ୍ପ ବୟସ୍କ ପିଲା ମାନେ ବିଭିନ୍ନ ପ୍ରକାରର ନିଶାର ଅଧୀନ ହୋଇ ଏପରି କାଣ୍ଡ ଘଟାଉଛନ୍ତି ବୋଲି ଅଭିଯୋଗ ହୁଏ, ଏଥି ପ୍ରତି ବଡ଼ବିଲ ପୋଲିସ ପ୍ରଶାସନ ତୀକ୍ଷ୍ଣ ନଜର ରଖି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସିନ୍ଦା ମାନେ ଦାବୀ କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।





