









ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଏବଂ ଖଳିଆପାଳି ହାଇସ୍କୁଲ ପରିଭ୍ରମଣ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶନିବାର ଗୋଲାମୁଣ୍ଡା ବ୍ଲକର ୯ଟି ପଞ୍ଚାୟତରେ ୪୮୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଖଳିଆପାଳି ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଅଧ୍ୟାକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ଖଳିଆପାଳି ପଞ୍ଚାୟତ ସରପଞ୍ଚ ଜିମୁତ ବାହାନ୍ ହର୍ ପାଳ ଜୋନଂ-୧ ଜିଲ୍ଲାପରିଷଦ ହେମାଙ୍ଗୀନ ରାଉତ, ସମିତି ସଭ୍ୟ ରୋହିତ ଜଗତ୍ ପ୍ରମୁଖଙ୍କ ଉପସ୍ଥିତିରେ ଖଳିଆପାଳି ପଞ୍ଚାୟତରେ ୩୬ ଜଣ ହିତାଧିକାରୀଙ୍କୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଭତ୍ତା ପ୍ରମାଣପତ୍ର ସହ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରି ଥିଲେ ଏବଂ ଖଳିଆପାଳି ମାଁ ଦକ୍ଷିଣ କାଳୀ ହାଇ ସ୍କୁଲ ପରି ଭ୍ରମଣ କରି ସେ କହିଛନ୍ତି ଜେ ସ୍କୁଲ ତିଆରି କରିବା ପାଇଁ ବଜେଟ୍ କମ୍ ହୁଏ ତେବେ ଆମେ କିଛି ସହଜୋଗ କରି ବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ଓ ସେହିପରି ଖଳିଆପାଳି ପଞ୍ଚାୟତ ଠାରେ ୩୬ଜଣଙ୍କୁ ଭତ୍ତା ବଣ୍ଟନ କରି ଥିଳେ ହିତାଧିକାରୀଙ୍କୁ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରାଯାଇଥିଲା |
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ





