ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ଢେଙ୍କାନାଳ, ତା. ୨୬.୦୨.୨୦୨୩ –
ଆଜି ଢେଙ୍କାନାଳରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ନିଶା ସେବନ ଠାରୁ ଦୂରେଇ ରୁହନ୍ତି, ବିଶେଷ କରି ଛାତ୍ରଛାତ୍ରୀମାନେ ସୁସ୍ଥ ଏବଂ ସବଳ ସମାଜ ଗଠନ ନିମନ୍ତେ ନିଶା ଅପବ୍ୟବହାରକୁ ରୋକିବା ନିମନ୍ତେ ଆଗେଇ ଆସିବ କୁ ଆହ୍ବାନ ଦେଇଛନ୍ତି । ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନେ ନିଶା ସେବନ ହ୍ରାସ ଏବଂ ଏଥୁରୁ ମୁକ୍ତି ନିମନ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ନିଜେ ସଚେତନ ହୋଇ ଏବଂ ଅନ୍ୟଙ୍କୁ ଏହାର କୁପରିଣାମ ସମ୍ପର୍କରେ ସଚେତନ କରିପାରିଲେ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ପ୍ରତ୍ୟେକଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଦ୍ବାରା ନିଶା ସେବନରୁ ନିବୃତ କରାଯାଇପାରିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ନିଶା ଅଭ୍ୟସ୍ତଙ୍କୁ ଘୃଣା ନ କରି ସେମାନେ ଯେପରି ନିଶା ସେବନ ନ କରିବେ ସେଥ୍ ପ୍ରତି ଯବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ପ୍ରଜାପିତା ବ୍ରହ୍ମଦୁମାରୀ ର ଭଗ୍ନୀ ଉଷା ଦେବୀ, ପ୍ରଫେସର ଶ୍ରୀ ଅନିରୁଦ୍ଧ ଖୁଲାର, ଜିଲ୍ଲା ସମ ଜ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରମୁଖ ନିଶା ସେବନ ଦ୍ଵାରା ଶାରୀରିକ ଏବଂ ମାନସିକ ସ୍ତରରେ କିଭଳି ଅପୂରଣୀୟ କ୍ଷବି ଘଟିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ନିଜର ପିଲାମାନଙ୍କ ପ୍ରତି ସଜ ଗ ରହିବା, ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ କରାଇବାକୁ ନିବେଦନ କରିଛନ୍ତି ।
ପ୍ରାରମ୍ଭରେ ଅବକାରୀ ନିରୀକ୍ଷକ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ନିଶା ସେବନ, ଅବୈଧ ଚାଲଣ ଓ ଏହାର ଅପବ୍ୟବହାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ଅବନୀ ମିଶ୍ର ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି ଅବସରରେ ଆଜି ଜିଲ୍ଲା କାର୍ଯ୍ୟ।ଳୟଠାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚେତନା, ଐରା ଏବଂ ପ୍ରଜାପିତା ବ୍ରହ୍ମ କୁମାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅବକାରୀ ବିଭାଗର କର୍ମକର୍ତ୍ତାଗଣ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲା ଲେଖକ ସଂସଦ ଠାରେ ପହଞ୍ଚିଥିଲେ ।





