(ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ )
ଜଗତସିଂହପୁର
ତା =1/7/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଗତ ଅପ୍ରିଲ ମାସରୁ ଅବସର ନେଇଥିବା କର୍ମଚାରୀ ପର୍ଶୁରାମ ନାୟକ ଙ୍କୁ ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |
ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ଶିକ୍ଷୟତ୍ରୀ ବ୍ରହ୍ମମୟୀ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ |ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଅମୀୟ କୁମାର ଦାଶ |ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ମହାପାତ୍ର | ସଂମ୍ମାନିତ ଅତିଥିଭାବେ ମୋ ସ୍କୁଲ ଅଭିଜାନ ସଭାପତି ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡା | ସଭ୍ୟ ରୁଦ୍ର ପ୍ରସନ୍ନ ପତି | ଅନିଳ କୁମାର ଦାଶ |ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ସୁରପ୍ରଭା ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପ୍ରତି ପର୍ଶୁରାମ ନାୟକ ଙ୍କ ସେବା, ତ୍ୟାଗ, କର୍ତ୍ତବ୍ୟନିଷ୍ଠା ଏବଂ ଦାଇତ୍ୱ ବୋଧତା ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ତାହା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ,ଅଭିଭାକମାନଙ୍କ ତରଫରୁ ଅବସରନେଇଥିବା କର୍ମଚାରୀ ପର୍ଶୁରାମ ନାୟକ ଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ, ଏବଂ ଆକର୍ଷଣୀୟ ଗିଫ୍ଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରାକେଶ କୁମାର ପତି, ମଧୁସ୍ମିତା ଦାସ, ବଳରାମ ଦାସ, ବିଦ୍ୟାଳୟ ର ପରିଚାଳନା କମିଟି ସଭ୍ୟ ସଭ୍ୟା,ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


September 18, 2026/
No Comments



