କଟକ ତା ୧୭-୧୨-୨୦୨୫ ରିଖ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଆଜି କଟକ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ କଟକ ତା ୧୭-୧୨-୨୦୨୫ ରିଖ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଆଜି କଟକ ଠାରେ ଅନୁଷ୍ଠିତ ହୋଇଥିଲା।ଏହା ଥିଲା ଏବର୍ଷ ଶେଷ ବର୍ଷର ଅଧିବେଶନ।ଏହାସହ ବର୍ଷବ୍ୟାପୀ ବିଭିନ୍ନ ଆଲୋଚନା ଚକ୍ର,ଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମମାନ ଜିଲ୍ଲା ଜିଲ୍ଲାସ୍ତରରେ ଆୟୋଜିତ ହୋଇ ଆସୁଛି।ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଆଜି ଅନ୍ତିମ ଜିଲ୍ଲାସ୍ତରୀୟ ସମାରୋହ କାର୍ଯ୍ୟକ୍ରମରେ ଉପନିବନ୍ଧକ,ସମବାୟ ସମିତି ସମୂହ,କଟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ମାନ୍ୟବର ଦତ୍ତାତ୍ରେୟ ଭାଓସାହେବ ଶିନ୍ଦେ ମହୋଦୟ ଦ୍ବୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ।ସେ ସମୁଦାୟ କିପରି କୃଷକ ମାନଙ୍କ ଆର୍ଥିକ ଓ ସାମାଜିକ ମାନ ଦଣ୍ଡକୁ ସୁଦୃଢ କରିପାରିବ ସେଥି ଉପରେ ବିଶେଷ ମନୁବ୍ୟ ରଖୁଥିଲେ।କଟକ ଜିଲ୍ଲାରେ ବହୁମୂଖୀ ସମବାୟ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓ ଭବିଷ୍ୟତରେ କିପରି ଆହୁରି ଉନ୍ନତି କରାଯାଇପାରିବ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ।ଉକ୍ତ ସଭାରେ ସୁଶ୍ରୀ ସୁପ୍ରିୟା ସ୍ବାଇଁ, ଉପନିବନ୍ଧକ ସମବାୟ ସମିତି ସମୁହ,କଟକ ବିଭାଜନ ମହୋଦୟ। ସଭାପତିତ୍ର କରିଥିଲେ।। ସେ କଟକ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେଆଲୋଚନା କରିଥିଲେ ଓ ଉପସ୍ଥିତ ସମସ୍ତ ସମବାୟ ସମିତି ସମ୍ପାଦକ ଓ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ଓ ଗଠନ ମୂଳକ ପ୍ରସ୍ଥାବ ବିଷୟରେ ବିଶଦ ଆଲୋଚନା କରିଥିଲେ। ଡକ୍ଟର ଇପଶିତ ପ୍ରିୟଦର୍ଶିନୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, କଟକ ମହୋଦୟ। ସଭାରେ ଅଭିଭାଷଣ ଦେବା ସହ”ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା”ର ସଫଳ ପ୍ରାୟୋଗିକ ରୂପାନ୍ତର ପାଇଁ ନରସିଂହପୁର ନିଜିଗଡ,କଷିକିଆରୀ, ଗୋପପୁର,କହ୍ନେଇପୁର, ବନ୍ଧକଟିଆ,ଶୂକରପଡା ଆଦି ପ୍ରାଥମିକ କୃଷି ସମବାୟ ସମିତି ଓ ସମବାୟ କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଇଇସିସିଏସ(IECCS) କର୍ମଚାରୀ ସମିତି,କୋଟସହି, ଅଚଳକୋଟ ଏବଂ କାନପୁର ପ୍ରାଥମିକ କୃଷି ସମବାୟ ସମିତିଙ୍କୁ ଉକ୍ତ ସଭାରେ ସମ୍ବନ୍ଧିତ କରିଥିଲେ। ଅନନ୍ତ ସାମଲ – କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କରୁଣାକର ସାହୁ – ସିଇଓ,ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏହି ସଭାରେ ଉଦବୋଧନ ଦେଇ ସମବାୟ ଉନ୍ନତିରେ ନିଜ ନିଜ ବିଭାଗର ଭୂମିକା, ପ୍ରଚଳିତ ଯୋଜନା ଓ ସାମୁହିକ ଉନ୍ନତିରେ ତାଙ୍କର ଉଦ୍ୟମ ସମ୍ପର୍କରେ ମନ୍ତବ୍ୟ ରଖୁଥିଲେ। ରମେଶ ସ୍ବାଇଁ ସମବାୟ ସମିତି କିପରି ବିଭିନ୍ନ ନୂତନ ଯୋଜନାକୁ ଆପଣେଇ ବହୁମୁଖୀ ସମବାୟ ସମିତିରେ ପରିଣତ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।ଏହି ସଭାରେ ସୁରେନ୍ଦ୍ର କୁମାର ଜେନା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ,ବାଙ୍କି,ଶରତ ଚନ୍ଦ୍ର ମଲ୍ଲିକ,ସହକାରୀ ନିବନ୍ଧକ ସମବାୟ ସମିତି ସମୂହ,କଟକ,ଯଦୁମଣି ନାୟକ,ସହକାରୀ ନିବନ୍ଧକ ସମବାୟ ସମିତି ସମୂହ,ଆଠଗଡ ଓ ଜିଲ୍ଲାର ସମସ୍ତ ସମବାୟ ନିରୀକ୍ଷକ,ଓ ଉପ-ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ଉପସ୍ଥିତ ଥିଲେ। ଲୋପାମୁଦ୍ରା ଜେନା ସଭାର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

June 28, 2026/
No Comments


