
ତାରିଖ: ୩୦.୦୫.୨୦୨୬
ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ଅନ୍ତର୍ଗତ ପରିଗଣନା ପର୍ଯ୍ୟାୟ ଆରମ୍ଭ


ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା (Enumeration) ପର୍ଯ୍ୟାୟ ତା. ୩୦.୦୫.୨୦୨୬ ଠାରୁ ଆରମ୍ଭ ହୋଇ ତା. ୨୮.୦୬.୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଆଜି ଏକ ଭୋଟର ସଚେତନତା ରଥକୁ ଜିଲ୍ଲା ନିର୍ବାଚନ ଅଧିକାରୀ, ଅନୁଗୋଳଙ୍କ ଦ୍ବାରା ଶୁଭ ଉଦଘାଟନ କରାଯାଇଛି I
ଏହି ପର୍ଯ୍ୟାୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନେ ନିଜ ନିଜ ବୁଥ୍ ଅଞ୍ଚଳରେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ କରିବେ, ମତଦାତାମାନଙ୍କୁ ପରିଗଣନା ଫର୍ମ ସଠିକ୍ ଭାବରେ ପୂରଣ କରିବାରେ ସହାୟତା କରିବେ ଏବଂ ସେମାନଙ୍କଠାରୁ ଆବଶ୍ୟକ ଦସ୍ତାବିଜ ସହିତ ପୂରଣକୃତ ପରିଗଣନା ଫର୍ମ ସଂଗ୍ରହ କରିବେ I
ଏହି ସ୍ବତନ୍ତ୍ର ସଘନ ସଂଶୋଧନର ମୂଳ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କ ନାମ ମତଦାତା ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଯୋଗ୍ୟ କିମ୍ବା ମୃତ ମତଦାତାଙ୍କ ନାମ ବିଲୋପ କରିବା ଏବଂ ମତଦାତା ତାଲିକାକୁ ନିର୍ଭୁଲ ଓ ଅଦ୍ୟତନ କରିବା ।
ମତଦାତାମାନଙ୍କ ସୁବିଧା ପାଇଁ ଜିଲ୍ଲା ନିର୍ବାଚନ ଅଧୁକାରୀ,ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧୋକାରୀ (ERO) ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି I ଏହା ବ୍ୟତୀତ ଟୋଲ୍-ଫ୍ରି ନମ୍ବର ୧୯୫୦ ମାଧ୍ୟମରେ ମଧ୍ଯ ମତଦାତାମାନେ ଆବଶ୍ୟକ ସୂଚନା ଓ ସହାୟତା ପାଇପାରିବେ I
ଜିଲ୍ଲା ନିର୍ବାଚନ ଶାଖା ପକ୍ଷରୁ ସମସ୍ତ ମତଦାତାଙ୍କୁ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବା ଏବଂ ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଯାଉଛି।




