କେବଳ ପ୍ରଚାର ପ୍ରସାର ସର୍ବସ୍ୱ : ବିଶ୍ୱ ତମାଖୁ ନିଷେଧ ଦିବସ
ଶିକ୍ଷିତ ଯୁବପିଢ଼ୀ ନିଶା ସେବନକରି ପଥଭ୍ରଷ୍ଟ
କଟପା ଆଇନ ହେଉନି ପାଳନ
ତାଳଚେର, ୩୧/୦୫ ତମାଖୁ ସେବନ ଦ୍ୱାରା କେବଳ ମୁଖକର୍କଟ ନୁହେଁ ବରଂ ଅନ୍ୟ କର୍କଟ ରୋଗକୁ ଏହା ପ୍ରଭାବିତ କରେ । କମାଖୁ ସେବନ ମଧ୍ୟ କର୍କଟ ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଥାନନ୍ତି । ଆଜିର ସମାଜରେ ପ୍ରାୟ ୮୦% ଶିକ୍ଷତ ବେକାର ଯୁବକ ନିଶାକବଳରେ କରାୟତ ହୋଇ ସାରିଛନ୍ତି । ଅନ୍ୟ ପକ୍ଷରେ କୋଟପା ଆଇନକୁ ଠିକ୍ ଭାବେ ପାଳନ କରାଯାଉନଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ସୂଚନା ମୂତାବକ ୧୦ବର୍ଷରେ କେବଳ ମୁଖକର୍କଟରେ ୩ହଜାର ୧୫୭ଲୋକ ପ୍ରାଣ ହରାଇଛନ୍ତି । ଏଥିସହ ୬୨ହଜାର ୫୪୨ଜଣ ଉଲଘଂନକାରୀଙ୍କ ଠାରୁ ୮କୋଟି ୩୪ଲକ୍ଷ ୫୨ହଜାର ୫ଶହ ୫୨ଟଙ୍କା ଜୋରିମନା ଆଦାୟକ କରାଯାଇଛି । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରଥମେ ଗୁଟଖା ବା ତମାଖୁ ବିକ୍ରି ନିଷେଧ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଶ୍ୱ ତମାଖୁ ଦିବସ ଅବସରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ହୋଡ଼ିଙ୍ଗ ପଥପ୍ରାନ୍ତ ନାଟକ, ସଭାସମିତି କରି ନିଶାଠାରୁ ଦୂରରେ ରୁହ ସ୍ଲୋଗାନ ଦେଇ ସେହିଦିନ ପରେ ତାପରଦିନ ଏହାକୁ ସମସ୍ତେ ଭୂଲି ଯାଇଥାନ୍ତି । ଶିଳ୍ପନଗରୀ ତାଳଚେର ଅଂଚଳରେ ଓମଫେଡ଼ ଖୀର ଦୋକାନ ଠାରୁ ଆରମ୍ଭକରି ଚା’, ପାନ ଦୋକାନ, ଢ଼ାବା ଗୁଡ଼ିକରେ ଏବେ ଖୋଲମଖୁଲା ଭାବେ ତମାଖୁ ଓ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି ହୋଇ ଚାଲିଥିଲେ ହେଁ ଏହାକୁ କାହାର ଖାତିର ନଥିଲା ଭଳି ମନେ ହୁଏ । ଆଜିର ଶିକ୍ଷିତ ଯୁବପିଢ଼ୀ ଏହି ନିଶାଦ୍ରବ୍ୟକୁ ହାତପାହାନ୍ତାରେ ପାଇ ବେଶ ଏହାକୁ ସେବନ କରି ନିଜର କ୍ଲାନ୍ତି ମେଟାଂଇବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଥିଲେ ମଧ୍ୟ ନିଶାଶକ୍ତ ବାପା ମାଆଙ୍କର ଏଥିପ୍ରତି କେତେ ଦୁଃଖ ତାହା କିଏ ବା ବୁଝିବ । କୋଟପା ଆଇନ ଲୋକଙ୍କ ସ୍ୱାର୍ଥପାଇଁ ପ୍ରଣୟନ କରାଗଲା । ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ତମାଖୁ ବିକ୍ରିରେ ରୋକ ଲାଗିପାରୁ ନାହିଁ । ଏହି ଆଇନକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନେକ ସମୟରେ ଯଦିଓ ଚଢ଼ାଉ କରାଯାଉଛି ତାହା ସମ୍ପୂର୍ଣ୍ଣ ଲୋକ ଦେଖାଣିଆ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଳା ସ୍ତରୀୟ ଓ ବ୍ଲକ ସ୍ତରୀୟ କମିଟି ଥିଲେ ମଧ୍ୟ ଏହା ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ସରକାର କର୍କଟ ହେଉ ଅବା ଅନ୍ୟ ତମାଖୁ ଜନିତ ରୋଗ ଜାଣୁଥିଲେ ମଧ୍ୟ ଏହାର ଉତ୍ପାଦନ ଓ ବିକ୍ରି ଉପରେ କାହିଁକି ରୋକ ଲଗାଉନଥାନ୍ତି ତାକୁ ନେଇ ମଧ୍ୟ ବୁଦ୍ଧିଜିବୀ ମହଲରେ ଉଠିଛି ପ୍ରଶ୍ନ? ତେଣୁ କାଗଜପତ୍ରରେ ଏହାକୁ ସିମୀତ ନରଖି କୋଟପା ଆଇନକୁ କାର୍ଯ୍ୟକାରୀ କରିବା ସହ ଏହା ଉପରେ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନଗଲେ ଆଗାମୀ ଦିନରେ କ’ଣ ଯେ ହେବ ତାହା କହିବା ସମ୍ଭବ ନୁହଁ ବୋଲି କୁହାଯାଉଛି ।



