ବିପଦ ସଂକେତ ସୃଷ୍ଟି ହୋଇଛି ପୁରୁଣା ବିଦ୍ୟାଳୟ ଗୃହ, ମରାମତି ପାଇଁ ଗ୍ରାମ ବାସୀ ଙ୍କ ଅନୁରୋଧ

ଗୋଲାମୁଣ୍ଡା/୨/୬/୨୬/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗ୍ରାମ ପଞ୍ଚାୟତର ଖୋଦ ଲେତେର ଗ୍ରାମର ପୁରୁଣା ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଓ ବିପଦ ସମ୍ମୁଖୀନ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଲେତେର ଗ୍ରାମର ପୂରୁଣା ବିଦ୍ୟାଳୟ ଗୃହ ଆଗରୁ ଗ୍ରାମର ଛାତ୍ର ଛାତ୍ରୀ ମାନେ ପାଠ ପଢୁ ଥିଲେ, ନୃତନ୍ ବିଦ୍ୟାଳୟ ଗୃହ ନିର୍ମାଣ ହେବା ପରେ ଉକ୍ତ ଗୃହରେ ଗ୍ରାମର ଲୋକେ ବିଭିନ୍ନ ପ୍ରକାର ପର୍ବପର୍ବାଣି ଇତ୍ଯାଦି ପାଳନ କରିବା ସହ ଛାତ୍ର ଛାତ୍ରୀ ମାନେ ଟିଉସନ କରି ଆସୁ ଥିଲେ, ହେଲେ ଝଡ଼ ବର୍ଷା ଓ ପବନ ବହିବା ଦ୍ୱାରା ଭାଙ୍ଗି ଯାଇଛି, ଆଲବେଷ୍ଟର ତଳେ ପଡି ଚୁରମାର ହୋଇଯାଇଛି, ବିଦ୍ୟାଳୟ ଗୃହ ଭିତରେ ପରମ୍ ପୂଜ୍ୟ ଗୁରୁଦେବ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଓ ବନ୍ଦନୀୟ ମାତା ଭଗବତୀ ଦେଵୀ ଓ ଗାୟତ୍ରୀ ମାତା, ତଥା ମହାକାଳ ଶିବ ଙ୍କ ଫଟୋ ଚିତ୍ରରେ ପୂଜା କରି ଆସୁଥିଲେ, ଏହି ପରିସ୍ଥିତି କୁ ନେଇ ଉକ୍ତ ଗୃହ ନିର୍ମାଣ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ଜଣାଇ ଥିଲୁ, ଓ ପ୍ରତିଶୃତି ମଧ୍ୟ ଦେଇ ଥିଲେ ହେଲେ ସେହି ପ୍ରତିଶୃତି ବିଫଳ ଦେଖା ଦେଇଛି ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି , ଏ ନେଇ ଗଣ ମାଧ୍ୟମ ସାମ୍ନାରେ ବିଡିଓ ମହାଶୟ ଓ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ନିଵେଦନ କରି ଜଣାଉଛୁ ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ମରାମତି କରା ଯାଉ, ନଚେତ କୌଣସି ପ୍ରକାର ସମସ୍ୟା କିମ୍ବା ଦୂର୍ଘଟଣା ଘଟେ ତେବେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମର ୱାର୍ଡ ମେମ୍ବର ଜଗୁରାମ ନାଇକ,ଶେଷଦେବ ନିଆଲ, ଓ ଶୁକଦେବ ନିଆଲ ପ୍ରମୁଖ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି, ଏହି ପରୀପ୍ରେକ୍ଷୀରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜ ମୋହନ ଶବର ଙ୍କୁ ଫୋନ ଯୋଗେ ପଚାରିବାରୁ ଲେଖା ମାଧ୍ୟମରେ ଜଣାଇଲେ ମରାମତିକରିବୁ ବୋଲିପ୍ରକାଶ କରିଥିଲେକଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାତ ନିୟୁଜ




