ଜାତୀୟ ରାଜପଥରେ ୫୨୦ରେ ହୁତୁହୂତୁ ହୋଇ ଜଳିଗଲା ଟ୍ରକ୍।

କେନ୍ଦୁଝର ଜିଲ୍ଲାର ୫୨୦ନମ୍ବର୍ ଜାତୀୟ ରାଜପଥରେ ହୁହୁ ହୋଇ ହୋଇ ଜଳିଗଲା ଠିଆ ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ନାରଦପୁର ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଯୋଡ଼ାରୁ ଲୁହାପଥର ବୋଝେଇ କରି ପାରାଦୀପ ଯାଉଥିବା ଏକ ଟ୍ରକ୍ ନାରଦପୁର ନିକଟରେ ଠିଆ ହୋଇଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହା ଜାଣିପାରି ଟ୍ରକ୍ ର ଡ୍ରାଇଭର୍ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ, ସେତେବେଳକୁ ଟ୍ରକର ଅଗ୍ରଭାଗ ସମ୍ପୁର୍ଣ୍ଣ ରୂପେ ଜଳି ଯାଇଥିଲା । କୌଣସି ପ୍ରକାର ର ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡ଼ିରେ ନିଆଁ ଲାଗି ଥିବା ନେଇ ଅନୁମାନ କରାଯାଉଥିବା ବେଳେ ନିଆଁ ଲାଗିବାର ପକୃତ କାରଣ ସମ୍ପର୍କରେ କିଛି ଜଣାପଡିନାହିଁ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



