ଏମସିଏଲ ଦ୍ୱାରା ପାନୀୟଜଳ ପ୍ରକଳ୍ପର ଶୁଭଉଦଘାଟନ
ତାଳଚେର,୨୨/୦୭ ଆଜି ଏମସିଏଲ ପକ୍ଷରୁ ତାଳଚେର କୋଲିୟରୀ ଆନୁକୂଲ୍ୟରେ ହାଣ୍ଡିଧୂଆଁ ପୂରାତନ କୋଇଲା ଖଣି କାର୍ଯ୍ୟଳୟ ମଧ୍ୟରେ ଜଳପ୍ରକଳ୍ପର ବର୍ଣ୍ଣାଢ଼୍ୟ ଉତ୍ସବର ମୁଖ୍ୟ ଅତିଥି ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ, ଏସଡ଼ିପିଓ ଭରତ ସାହୁ, ଏମସିଏଲ ସଞ୍ଜୟ ଝା, ଏମସିଏଲ ଭିଜିଲାନ୍ସ ଅଫିସର ହେଡ଼କ୍ୱାର୍ଟର ବୁର୍ଲା ଉପସ୍ଥିତିରେ ନୂତନଭାବେ ଏହାର ଶୁଭଉଦଘାଟନ ହୋଇଯାଇଛି । ବହୁ ପୂରାତନ କୋଇଲା ଖଣି ପ୍ରକଳ୍ପଟି ଦୀର୍ଘବର୍ଷ ହେବ ବନ୍ଦ ହୋଇ ରହିଥିବାରୁ ଏଥିରୁ ନିର୍ଗତ ହେଉଥିବାକୁ ଜଳକୁ ଫିଲଟର କରାଯାଇ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଲୋକମାନଙ୍କୁ ପ୍ରଦାନ କରାଯିବ । ଏହି ଭୂ-ତଳ କୋଇଲା ଖଣି ଜଳ ଦୈନିକ ହଜାର ହଜାର ଲିଟର୍ ପୂର୍ବରୁ ଏହାକୁ ବାହାରକୁ ଛାଡ଼ି ଦିଆଯାଉଥିଲା ମାତ୍ର ଏବେ ସେହି ଜଳକୁ ଗଚ୍ଛିତ କରାଯାଇ ଦୈନିକ ୨୦ହଜାର ଲିଟର ବୋଟଲ ପାଣି ସ୍ଥାନୀୟ ଲୋକମାନଙ୍କୁ ଦିଆଯିବାର କାର୍ଯ୍ୟକ୍ରମରେ ରହିଛି ବୋଲି ଏମସିଏଲ ତାଳଚେର କୋଲିୟରୀ ଜିଏମ ଡ଼ିଶି କୁଣ୍ଡୁ ପ୍ରକାଶ କରିଛନ୍ତି । ସର୍ବପ୍ରଥମେ ଜଗନ୍ନାଥଙ୍କୁ ପ୍ରଦୀପ୍ରଜ୍ଜ୍ୱଳନ କରାଯାଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏମସିଏଳ ପଦାଧିକାରୀ, ୱାର୍ଡ଼ମେମ୍ବର, କାଉନସିଲର, ଗଣମାଧ୍ୟମ ପ୍ରତିନିଧି ଓ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ସ୍ୱୟଂମ ସହୟକ ଗୋଷ୍ଠୀ ଉପକୃତ ହେବା ସହ ସ୍ଥାନୀୟ ଅଂଚଳର ଜନସାଧାରଣ ଉପକୃତ ହେବେ ।



