ତାଳଚେରରେ ସ୍ୱାଧୀତା ଦିବସ ପାଳନ ନେଇ ପ୍ରସ୍ତୁିତ ବୈଠକ
ତାଳଚେର, ୨୩/୦୭ ସ୍ୱାଧୀନତା ଦିବସ ଉପଲକ୍ଷେ ତାଳଚେର ଉପଖଣ୍ଡରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ସୁସଂଗଠିତ ସଫଳଭାବେ ପାଳନ କରିବା ଉଦ୍ଦେଶ୍ୟରେ ଆଜି ଅପରାହ୍ଣ ୪ଘଟିକା ସମୟରେ ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଭରତ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା, ଚିକିତ୍ସା ଅଧିକାରୀ ଡ଼ା, ଗଙ୍ଗାଧର ବେହେରା, ଅଗ୍ନିଶମ ଅଧିକାରୀ, ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳନ୍ଦୀ ସାହୁ ଓ ରାକେଶ ସେଠୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀମାନେ ଉପସ୍ଥିତ ଥିଲେ । ବୈଠକରେ ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ, ପ୍ୟାରେଡ଼, ସାଂସ୍କୃତିକ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉପଜିଲ୍ଳାପାଳ ଶ୍ରୀ ସାହୁ, ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷାକରି ଦାୟୀତ୍ୱ ସମ୍ପାଦନ କରିବା ସହ ଜାତୀୟ ପର୍ବକୁ ଶୃଙ୍ଖଳାବଧ ଓ ଗରିମାମୟ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ।



